ନୂଆଦିଲ୍ଲୀ: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ୍) ଦ୍ୱାରା ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ଆୱାର୍ଡ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସମାରୋହରେ ବିଶ୍ବବିଦ୍ୟାଳୟର ୧୯୯୨ ବ୍ୟାଚ୍ର ପୁରାତନ ଛାତ୍ର ଶ୍ରୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ନୋବେଲ ବିଜେତା ଅଜିଜ ସୈଂକର ପରେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି। ଟେକ୍ସାସ ୟୁନିଭରସିଟି (ଡଲାସ) ଛାତ୍ର ଭାବରେ ଶ୍ରୀ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।
ଜିନ୍ଦଲଙ୍କୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ପୁରସ୍କାର
/sambad/media/post_attachments/wp-content/uploads/2023/03/54j65j4jg65gjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)