ନୂଆଦିଲ୍ଲୀ : ଆଜି ଲୋକସଭାରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ ଆୟକର ଛାଡ଼ ସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋହଳ କରିଛନ୍ତି । ଏହା ସହିତ ଟିକସ ବ୍ୟବସ୍ଥାକୁ ମଧ୍ୟ ଆହୁରି ସରଳ କରିବାକୁ ସେ ଘୋଷଣା କରିଛନ୍ତି। ଏହି ବଜେଟ ଉପସ୍ଥାପନ ପରେ ଟିକସ ବୃଦ୍ଧି-ହ୍ରାସ ଅନୁଯାୟୀ କେତୋଟି ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ଶସ୍ତା ବି ହୋଇଯାଇଛି। ଯାହାର ତାଲିକା ନିମ୍ନରେ ପ୍ରଦତ୍ତ...

Advertisment

ଏସବୁ ମହଙ୍ଗା ହେଲା

୧. ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧିି ଘୋଷଣା କରିଛନ୍ତି । ଫଳରେ ଆଗାମୀ ସମୟରେ ତମାଖୁ ଜାତୀୟ ଦ୍ରବ୍ୟ ମହଙ୍ଗା ହୋଇଯିବ ।

୨ ଆମଦାନୀ ହେଉଥିବା ଫୁଟୱେର ଓ ଫର୍ଣ୍ଣିଚର ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ ଦିଆଯାଇଛି । ଫଳରେ ଏହାର ଦର ଅଧିକ ହେବ।

୩. ଚିକିତ୍ସା ଉପକରଣ ଆମଦାନୀ ଉପରେ ମଧ୍ୟ ହେଲ୍ଥ ସେସ୍‌ ଲଗାଯାଇଛି । ତେଣୁ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଉପକରଣ କିଣିବାକୁ ଆଗାମୀ ଦିନରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

୪. ଅନ୍ୟପଟେ ମହଙ୍ଗା ହେବ ସିଲିଂ ଫ୍ୟାନ୍‌ । ସିଲିଂ ଫ୍ୟାନ୍‌ଗୁଡ଼ିକ ଉପରେ କଷ୍ଟମ୍‌ ଡ୍ୟୁଟି ୭.୫ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରି ଦିଆଯାଇଛି ।

୫. ଚୀନାମାଟି ନିର୍ମିତ ବାସନ, ଷ୍ଟିଲ୍‌, ତମ୍ବା ବାସନ ଆଦି ଉପରେ ୨୦ ପ୍ରତିଶତ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି ।

୬. ବଜେଟରେ ଖାଦ୍ୟ ପ୍ରକ୍ରିୟାକରଣ ଦ୍ରବ୍ୟ ଉପରେ ମଧ୍ୟରେ କଷ୍ଟମ ଡ୍ୟୁଟି ବୃଦ୍ଧି ଘୋଷଣା ହୋଇଛି । ଏଥିଯୋଗୁଁ ଆମଦାନୀ ହେଉଥିବା ପ୍ୟାକେଟ୍‌ ଖାଦ୍ୟଦ୍ରବ୍ୟର ଦାମ ବଢ଼ିଯିବ ।

୭. ଅଟୋପାର୍ଟସର ଦାମ ବି ଆଗାମୀ ଦିନରେ ମହଙ୍ଗା ହେବ ।

ଏସବୁ ଶସ୍ତା ହେଲା

- ଖବରକାଗଜରେ ବ୍ୟବହୃତ କାଗଜ ବା ନ୍ୟୁଜ ପ୍ରିଣ୍ଟ ଶସ୍ତା ହେବ । କଷ୍ଟମ ଡ୍ୟୁଟି ହ୍ରାସ ହୋଇଥିବା ଯୋଗୁଁ ଏହା ଶସ୍ତା ହୋଇଛି ।

- ପୋଷାକ ଓ ପ୍ଲାଷ୍ଟିକ୍‌ ବୋତଲ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ଏସିଡ଼ ଉପରେ ଆଣ୍ଟି ଡୋପିଂ ଡ୍ୟୁଟି ଶେଷ କରି ଦିଆଯାଇଛି । ତେଣୁ ଆଗାମୀ ଦିନରେ ଏହି ଜିନିଷ ସବୁ ଶସ୍ତାରେ ଉପଲବ୍ଧ ହେବ ।

- ସୋୟା ବଡି, କେତେକ ଆଲକୋହଲ ଯୁକ୍ତ ଥଣ୍ଡା ପାନୀୟ , ପଶୁଜାତ ଉତ୍ପାଦ ମଧ୍ୟ ଶସ୍ତା କରାଯାଇଛି ।

- ବଜେଟ ପରେ ବିଦ୍ୟୁତ ଚାଲିତ କାର ଶସ୍ତା ହୋଇପାରେ ।