ନୂଆଦିଲ୍ଲୀ: ଏବେ ଭାରତୀୟ ବଜାରରେ 'ଲଏଡ୍' ନିଜର ବିଭିନ୍ନ ପ୍ରଡକ୍ଟସର ନୂଆ ରେଞ୍ଜ ଲଞ୍ଚ୍ କରିଛି। କମ୍ପାନି ପକ୍ଷରୁ ଲଏଡ୍ ଷ୍ଟନ୍ଏୟାର୍ ନୂଆ ଏୟାର କଣ୍ଡିସନରକୁ ଲଞ୍ଚ୍ କରାଯାଇଛି। ଏହି ଏସିକୁ ଭାରତୀୟ ପାଗ ଏବଂ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଯାହାକି ୬୦ ଡିଗ୍ରି ସେଲସିୟସ ତାପମାତ୍ରାରେ ମାତ୍ର ୩୦ ସେକେଣ୍ଡରେ ରୁମକୁ ୧୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଥଣ୍ଡା କରିପାରିବ।
ଲଏଡ୍ ଷ୍ଟନ୍ଏୟାର୍ ନୂଆ ଏୟାର କଣ୍ଡିସନରରେ ଆଡଭାନ୍ସ ଏଆଇ ଫିଚର୍ସ ସାମିଲ ରହିଛି। ଏଥିରେ ହ୍ୟୁମାନ ଡିଟେକ୍ସନ ଫିଚର ଦିଆଯାଇଛି। ଯେଉଁ କାଣରୁ ଏହା ରୁମରେ ମଣିଷକୁ ସପୋର୍ଟ କରିବା ପରେ ହିଁ କୁଲିଂ ଆରମ୍ଭ ହେବ।ଏହାସହିତ, ଏହି ଏସିରେ ଥ୍ରୀଡି ଏୟାରଫ୍ଲୋ ସିଷ୍ଟମ, ଇନବିଲ୍ଟ ଏୟାର ପ୍ୟୁରିଫାୟର୍ ଏବଂ ଭଏସ୍ କମାଣ୍ଡ ଭଳି ସ୍ମାର୍ଟ ଫିଚର୍ସ ମଧ୍ୟ ଉପଲବ୍ଧ ରହିଛି। ଏହାର ଅର୍ଥ ହେଉଛି ଆପଣ କଥା ହୋଇ ଏହି ଏସି ଚଲାଇପାରିବେ।
ଲଏଡ୍ ଷ୍ଟନ୍ଏୟାର୍ ନୂଆ ଏୟାର କଣ୍ଡିସନରରେ ଆଡଭାନ୍ସ ଏଆଇ ଫିଚର୍ସ ସାମିଲ ରହିଛି। ଏଥିରେ ହ୍ୟୁମାନ ଡିଟେକ୍ସନ ଫିଚର ଦିଆଯାଇଛି। ଯେଉଁ କାଣରୁ ଏହା ରୁମରେ ମଣିଷକୁ ସପୋର୍ଟ କରିବା ପରେ ହିଁ କୁଲିଂ ଆରମ୍ଭ ହେବ। ଏହାସହିତ, ଏହି ଏସିରେ ଥ୍ରୀଡି ଏୟାରଫ୍ଲୋ ସିଷ୍ଟମ, ଇନବିଲ୍ଟ ଏୟାର ପ୍ୟୁରିଫାୟର୍ ଏବଂ ଭଏସ୍ କମାଣ୍ଡ ଭଳି ସ୍ମାର୍ଟ ଫିଚର୍ସ ମଧ୍ୟ ଉପଲବ୍ଧ ରହିଛି। ଏହାର ଅର୍ଥ ହେଉଛି ଆପଣ କଥା ହୋଇ ଏହି ଏସି ଚଲାଇପାରିବେ। ଏହାବ୍ୟତୀତ, କମ୍ପାନି ପକ୍ଷରୁ ଏସିର ରେଞ୍ଜ, ରେଫ୍ରିଜେରେଟରର ନୂଆ ରେଞ୍ଜ, ୫୫ ଇଞ୍ଚ, ୬୫ ଇଞ୍ଚ ଏବଂ ୭୫ ଇଞ୍ଚ ସ୍କ୍ରିନ୍ ଆକାରରେ ମିନି ଏଲ୍ଇଡି ଟିଭି ମଧ୍ୟ ଲଞ୍ଚ କରିଛି। ଏଥିରେ ଓ୍ବାସିଂମେସିନର ନୂତନ ରେଞ୍ଜ ମଧ୍ୟ ଲଞ୍ଚ କରାଯାଇଛି। କମ୍ପାନି ଭାରତରେ ନିଜର ଏସି ପ୍ରଡକ୍ସନକୁ ମଧ୍ୟ ବିସ୍ତାର କରିଛି, ଯାହାଫଳରେ ଗ୍ରାହକଙ୍କ ବର୍ଦ୍ଧିତ ଦାବିକୁ ପୂରଣ କରାଯାଇପାରିବ।
ମୂଲ୍ୟ ବିଷୟରେ କହିବାକୁ ଗଲେ, ଲଏଡ୍ ଷ୍ଟନ୍ଏୟାର୍ ଏହାର ନୂତନ ଏସି ରେଞ୍ଜକୁ ବହୁତ ଭଲ ମୂଲ୍ୟରେ ବଜାରରେ ଉପଲବ୍ଧ କରିଛି। ଷ୍ଟନ୍ଏୟାର୍ ପ୍ଲିଟ ୧.୫ ଟନ୍ କ୍ଷମତା ବିଶିଷ୍ଟ ୫-ଷ୍ଟାର ଏସିକୁ ୭୪,୦୩୨ ଟଙ୍କାରେ ଲଞ୍ଚ କରାଯାଇଛି। ଷ୍ଟେଲାର ସିରିଜ୍ ୧.୫ ଟନ୍ କ୍ଷମତା ବିଶିଷ୍ଟ ୩-ଷ୍ଟାର ଏସିର ମୂଲ୍ୟ ୬୬,୯୯୧ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି ଷ୍ଟାଇଲସ୍ ସ୍ପ୍ଲିଟ୍ ୧ ଟନ୍ ବିଶିଷ୍ଟ ୩-ଷ୍ଟାର ଏସିର ପ୍ରାରମ୍ଭିକ ମୂଲ୍ୟ ୪୦,୯୯୦ ଟଙ୍କା ରହିଛି। ଗ୍ରାହକମାନେ ଲଏଡର ଅଫିସିଆଲ୍ ୱେବସାଇଟରୁ ଏହି ସମସ୍ତ ମଡେଲ୍ କିଣିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/04/11/iy4zIHlseRgUv6GHCHe7.jpg)