ବିପଦରେ ୩ ଲକ୍ଷ କୋଟିର ଋଣ, ଫେରିବା ସମ୍ଭାବନା କମ୍

ମୁମ୍ବାଇ : ଅନେକ ସମସ୍ୟା ଦେଇ ଗତି କରୁଥିବା ବ୍ୟାଙ୍କ ଶିଳ୍ପ ଲାଗି କରୋନା ସଙ୍କଟ ଆଉ କିଛି ନୂଆ ସମସ୍ୟା ସୃଷ୍ଟି କରିଛି। ସେମାନେ ବିମାନ, ଆତିଥେୟତା ଓ ବାଣିଜ୍ୟିକ ସମ୍ପତ୍ତି ବିକଶିତ କରୁଥିବା କଂପାନିଗୁଡ଼ିକୁ ଯେଉଁ ଋଣ ଦେଇଥିଲେ ସେଥିପ୍ରତି ବିପଦ ସୃଷ୍ଟି ହୋଇଛି। ସେହି ଋଣ ଶୀଘ୍ର ଫେରିବାର ସମ୍ଭାବନା କମ୍ ହୋଇଛି। ତେଣୁ ନିଜ ହିସାବ ଖାତାରେ ଏହି ଋଣଗୁଡ଼ିକୁ ଏନ୍‌ପିଏ ବର୍ଗରେ ସାମିଲ କରିବା ଲାଗି ବ୍ୟାଙ୍କଗୁଡ଼ିକ ଚାହୁନାହାନ୍ତି। ତାହାର ପୁନର୍ଗଠନ କରିବାକୁ ଚାହୁଛନ୍ତି। ସେଥିପାଇଁ ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମତି ଲୋଡ଼ିଛନ୍ତି।ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ରିଅଲ ଇଷ୍ଟେଟ୍‌ କଂପାନିଗୁଡ଼ିକୁ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ପରିମାଣ ୨.୩ ଲକ୍ଷ କୋଟି, ଆତିଥେୟତା କଂପାନିଗୁଡ଼ିକର ୪୫.୮୬୨ କୋଟି ଟଙ୍କା ଓ ବିମାନ କଂପାନିଗୁଡ଼ିକର ଋଣ ୩୦ ହଜାର କୋଟି ଟଙ୍କା ଥିଲା। ଯଦି ଏହି ଋଣଗୁଡ଼ିକର ପୁନର୍ଗଠନ କରାନଯିବ ତେବେ ତାହାକୁ ନନ୍ ପରଫରମିଂ ଆସେଟ୍ସ (ଏନପିଏ) ବର୍ଗରେ ସାମିଲ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର