ଅର୍ଥନୀତିର ମାନ୍ଦାବସ୍ଥା ପାଇଁ ଋଣ ମେଳାର ପ୍ରଭାବ କମ୍

ମୁମ୍ବାଇ: ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି ଦେଶର ୪୦୦ଟି ରାଜ୍ୟରେ ଋଣ ମେଳା ଆୟୋଜନ କରାଯାଇଛି। ବିଗତ ୧୫ ଦିନ ଭିତରେ ‌ଆୟୋଜନ କରାଯାଇଥିବା ଋଣ ମେଳା ଋଣ ଆବଣ୍ଟନରେ ବିଶେଷ ବୃଦ୍ଧି ଆଣିପାରିନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଚଳିତ ମାସ ୧୧ ତାରିଖରେ ଶେଷ ହୋଇଥିବା ୧୫ ଦିନ ଭିତରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ହାରାହାରି ଋଣ ଆବଣ୍ଟନ ୨୧,୬୪୫ କୋଟି ଟଙ୍କା ବୃଦ୍ଧି ପାଇ ୯୭ ଲକ୍ଷ ୯୦ ହଜାର କୋଟି ଟଙ୍କା ହୋଇଛି। ଏହି ସମୟରେ ଋଣ ଅଭିବୃଦ୍ଧି ହାର ୮.୮ ପ୍ରତିଶତ ରହିଛି ଯାହା ଗତବର୍ଷ ସମାନ ସମୟରେ ଯଥେଷ୍ଟ ଅଧିକ ୧୪.୪ ପ୍ରତିଶତ ଥିଲା।

ଋଣ ମେଳାରେ ଆବଣ୍ଟନ କରାଯାଇଥିବା ଋଣ ପରିମାଣ ବିଷୟରେ କିଛି ଦିନ ତଳେ ଆର୍ଥିକ ସଚିବ ରାଜୀବ କୁମାର କହିଥିଲେ ଯେ ପ୍ରଥମ ନଅ ଦିନରେ ଋଣ ମେଳା ଜରିଆରେ ୮୧,୭୮୧ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ଦେଶର ୨୫୦ଟି ଜିଲ୍ଲାରେ ଆୟୋଜନ କରାଯାଇଥିବା ଋଣ ମେଳାରେ ଏହି ଋଣ ଦିଆଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ତାଙ୍କ ମନ୍ତବ୍ୟ ଠାରୁ ଭିନ୍ନ ରହିଛି।

ସମ୍ବନ୍ଧିତ ଖବର