ବଢିଚାଲିଛି ବ୍ୟାଙ୍କମାନଙ୍କ ଅନାଦେୟ ଋଣ

ଏପ୍ରିଲ-ଡିସେମ୍ବର ମଧ୍ୟରେ ବ୍ୟାଙ୍କମାନେ ୧.୧୫ ଲକ୍ଷ କୋଟିର ଋଣ ରାଇଟ ଅଫ କରିଛନ୍ତି

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ବ୍ୟାଙ୍କମାନେ ମୋଟ ପ୍ରାୟ ୧.୧୫ ଲକ୍ଷ କୋଟିର ଅନାଦେୟ ଋଣ ରାଇଟ୍ ଅଫ କରିଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି । ତେବେ ମନ୍ତ୍ରୀ କହିଛନ୍ତି ଯେ ଏସବୁ ଋଣ ଛାଡ଼ ହେଲା ବୋଲି ଧରାଯିବ ନାହି ଓ ଋଣ ଆଦାୟ ପ୍ରକ୍ରିୟା ଜାରି ରହିବ ।

ବ୍ୟାଙ୍କ ଋଣ ରାଇଟ ଅଫର ଅର୍ଥ ହେଉଛି ଯେତେବେଳେ ଜଣେ ଋଣଗ୍ରହୀତାର ଋଣ ସୁଝିବାର ସମ୍ଭାବନା ଲୋପ ପାଇଥାଏ, ସେତେବେଳେ ବ୍ୟାଙ୍କମାନେ ଉକ୍ତ ଋଣକୁ ନିଜ ବାଲାନ୍ସ ସିଟରୁ ବାଦ ଦିଅନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବ୍ୟାଙ୍କ ଉକ୍ତ ଋଣ ଆଦାୟ କରିବା ପ୍ରକ୍ରିୟା ବନ୍ଦ କରିଦିଏ।

 

ସମ୍ବନ୍ଧିତ ଖବର