ଏଣିକି ଫୋନ୍‌ରେ ଲୋକାଲ ଟ୍ରେନ୍‌ର ଟିକେଟ ବୁକିଂ କିପରି କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଲୋକାଲ ଟ୍ରେନ୍‌ ଟିକେଟ କାଟିବା ପାଇଁ ଯାତ୍ରୀଙ୍କୁ ଷ୍ଟେସନ୍‌ରେ ଧାଡି ବାନ୍ଧି ଛିଡା ହେବାକୁ ପଡ଼ିଥାଏ। ଏଣିକି ଆଉ ଯାତ୍ରୀଙ୍କୁ ଲୋକାଲ ଟ୍ରେନ୍‌ର ଟିକେଟ ପାଇଁ ଷ୍ଟେସନ୍‌ରେ ଧାଡ଼ି ବାନ୍ଧି ଛିଡା ହେବାକୁ ପଡ଼ିବ ନାହିଁ। ଏଥିପାଇଁ ରେଳାବାଇ ଏକ ନୂତନ ସେବାର ଶୁଭାରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ୱାରା ଲୋକାଲ ଟ୍ରେନ୍‌ର ଟିକେଟ ଆପଣ ମୋବାଇଲ ନମ୍ବରରେ କରିପାରିବେ। ଏହାପରେ ଯାତ୍ରୀ ଷ୍ଟେସନ୍‌କୁ ଯାଇ ତାହାର ପ୍ରିଣ୍ଟ ଆଉଟ୍‌ ବାହାର କରି ପାରିବେ। ଏହି ସେବା ପ୍ରଥମେ ମୁମ୍ବାଇରୁ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଲାଗୁ ହୋଇଯିବ।

ତେବେ ଆସନ୍ତୁ ଜାଣିବା କିପରି ଲୋକାଲ ଟ୍ରେନ୍‌ର ଟିକେଟ ବୁକିଂ ଫୋନ୍‌ରେ କରି ପାରିବେ

ଲୋକାଲ ଟ୍ରେନ୍‌ ଟିକେଟ ବୁକିଂ ପାଇଁ ପ୍ରଥମେ ସ୍ମାର୍ଟଫୋନ୍‌ରୁ ୟୁଟିଏସ୍‌ ମୋବାଇଲ ଆପ୍‌ ଡାଉନ୍‌ଲୋଡ କରିବାକୁ ପଡ଼ିବ। ଏହାପରେ ୟୁଟିଏସ୍‌ ଏପ୍ଲିକେସନ୍‌ ଜରିଆରେ ଟିକେଟ ବୁକ୍‌ କରିବେ। ଟିକେଟ ବୁକ୍‌ କରିବା ପରେ କ୍ୟୁଆର୍‌ କୋଡ ମିଳିବ। ଏହାପରେ ଷ୍ଟେସନରେ ପହଞ୍ଚି ଏହାର ପ୍ରିଣ୍ଟଆଉଟ ବାହାର କରିବାକୁ ପଡ଼ିବ। ଏହି ପ୍ରିଣ୍ଟଆଉଟ ପାଇଁ ରେଳ ଷ୍ଟେସନ୍‌ରେ ଆପ୍ଟିକଲ କେରେକ୍ଟର ମେସିନ୍‌ (ଓସିଆର୍‌) ଲଗାଯିବ। ଆପଣ ଯାଇ ଏହି  ମେସିନ୍‌ରେ କୋର୍ଡ ସ୍କାନ୍‌ କରିବା ପରେ ମେସିନ୍‌ରୁ ଟିକେଟର ପ୍ରିଣ୍ଟଆଉଟ ପାଇ ପାରିବେ।

ଏହି ସେବାକୁ ପ୍ରଥମେ ମୁମ୍ବାଇରେ ଆରମ୍ଭ କରାଯିବ। କୋଡକୁ ସ୍କାନ୍‌ କରିବା ପାଇଁ ପ୍ରିଣ୍ଟଆଉଟ ଦେବା  ଓସିଆର୍‌ ମେସିନ୍‌ ସର୍ବପ୍ରଥମେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ରେଲେଓ୍ଵ ଷ୍ଟେସନ୍‌, ଘାଟୋକପୁର, ଥାଣେ, ଡୋବିବଲି, କଲ୍ୟାଣ, ଚର୍ଚଗେଟ, ଦାଦର, ବାନ୍ଦ୍ରା, ଅନ୍ଧେରି ଓ ବୋରିବଲିରେ ଲଗାଯିବ। ବର୍ତ୍ତମାନ ଏହି ମେସିନ୍‌ କେବଳ ପରୀକ୍ଷାମୂଳକ ଭାବେ ଲଗାଯାଇଛି। ଯଦି ଏହି ସେବା ସଫଳ ହୁଏ, ତେବେ ଯାଇ ଅନ୍ୟ ଷ୍ଟେସନ୍‌ମାନଙ୍କରେ ଏହି ମେସିନ୍‌ ଲଗାଯିବ।

ଏହି ସେବା ସଫଳ ହେବାପରେ ମୋବାଇଲ ଟିକେଟିଂ ଉପରେ ସୁଧାର ଅଣାଯିବ। ଏବେ କେବଳ ସ୍ମାର୍ଟଫୋନ୍‌ରୁ ଟିକେଟ ବୁକ୍‌ କରାଯିବାର ସୁବିଧା ରହିଛି। ପରବର୍ତ୍ତୀ ସମୟରେ ସମସ୍ତ ଫୋନ୍‌ରୁ ଟିକେଟ ବୁକ୍‌ କରିବାର ସୁବିଧା ଲପଲବ୍ଧ ରହିବ। ଆଗାମୀ ଦିନରେ ଲୋକାଲ ଟ୍ରେନ୍‌ର ଟିକେଟ୍‌ ୟୁଏସ୍‌ଏସ୍‌ଡି କୋଡରେ ବି ବୁକ୍‌ କରାଯାଇପାରିବ।

ଦେଶରେ ଏହା ପୂର୍ବରୁ ବି ଲୋକାଲ ଟ୍ରେନ୍‌ର ଟିକେଟ ନେବା ପାଇଁ ଏକ ସେବା ଜାରି କରାଯାଇଥିଲା। ଏହି ସେବା ଦ୍ୱାରା ମୋବାଇଲରୁ ଟିକେଟ ବୁକ୍‌ କରିବା ପରେ ଏକ କୋଡ ମିଳୁଥିଲା। କୋଡ ମିଳିବା ପରେ ଷ୍ଟେସନ୍‌ରେ ଲାଗିଥିବା ଅଟୋମେଟିକ୍‌ ଟିକେଟ ଭେଣ୍ଡିଙ୍ଗ୍‌ ମେସିନ୍‌ରେ ଭର୍ତ୍ତି କରିବାକୁ ପଡ଼ୁଥିଲା। ଏହାପରେ ଟିକେଟର ପ୍ରିଣ୍ଟଆଉଟ୍‌ ବାହାରି ଆସିଥାଏ। କିନ୍ତୁ ଏହି ମୋବାଇଲ ଟିକେଟିଂ ସେବା ସଫଳ ହେଲା ନାହିଁ। ଏଥିପାଇଁ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର