ନୂଆଦିଲ୍ଲୀ : ଲକ୍ଡାଉନ୍ ଜୋରଦାର ପ୍ରଭାବ ଆଗାମୀ ଦିନରେ ଶ୍ରମ ବଜାର ଉପରେ ପଡ଼ିବ। ଭାରତର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ କୋଟି ଶ୍ରମିକ ଏହାଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେମାନଙ୍କ ଚାକିରି ଏବଂ ଦରମା ପ୍ରଭାବିତ ହୋଇପାରେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ପକ୍ଷରୁ ଏକ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ୪୦ କୋଟି ଶ୍ରମିକ ଆହୁରି ଗରିବ ହୋଇଯିବେ। ଆଇଏଲଓର ରିପୋର୍ଟ ଅନୁଯାୟୀ, ଏମାନଙ୍କ ସଂଖ୍ୟା ଦେଶର ମୋଟ ଶ୍ରମିକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ। କାମଧନ୍ଦା ବନ୍ଦ ହୋଇଯିବାରୁ ଲକ୍ଷ ଲକ୍ଷ ଶ୍ରମିକ ଗ୍ରାମକୁ ପଳାଇଛନ୍ତି। କରୋନା ଯୋଗୁଁ ଖାଦ୍ୟ ସେବା, ଉତ୍ପାଦନ, ରିଟେଲ ବ୍ୟବସାୟ ଆଦି ସବୁଠୁ ଅଧିକ ପ୍ରଭାବିତ ହୋଇଛି। ସଙ୍କଟକୁ ଦୂର କରିବା ପାଇଁ ଦୃଢ଼ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଆଇଏଲଓ କହିଛି।
ବୁଧବାର ଆଇଏଲଓ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସାରା ବିଶ୍ବରେ ଅସଙ୍ଗଠିତ କ୍ଷେତ୍ରରେ ୨୦୦ କୋଟି ଶ୍ରମିକ କାର୍ଯ୍ୟ କରୁଛନ୍ତି। ବିଶ୍ବରେ ପ୍ରତି ୫ ଜଣଙ୍କ ମଧ୍ୟରୁ ୪ ଜଣ (ପ୍ରାୟ ୮୧ ପ୍ରତିଶତ) ଶ୍ରମିକ ଆଂଶିକ କିମ୍ବା ପୂର୍ଣ୍ଣଭାବେ ଲକ୍ଡାଉନ୍ ଦ୍ବାରା ପ୍ରଭାବିତ ହୋଇଛନ୍ତି। ଲକ୍ଡାଉନ୍ ଯୋଗୁଁ ଭାରତ, ନାଇଜେରିଆ ଏବଂ ବ୍ରାଜିଲ ଭଳି ଦେଶରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/rail-workers.jpg)