ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍ ମସ୍କଙ୍କ ମାଲିକାନାରେ ପରିଚାଳିତ ହେଉଥିବା ସୋସିଆଲ୍ ମିଡିଆ ସଂସ୍ଥା ଟ୍ବିଟର ଭାରତରେ ଥିବା ତିନିଟି କାର୍ଯ୍ୟାଳୟ ମଧ୍ୟରୁ ଦୁଇଟିକୁ ବନ୍ଦ କରିଛି। ଦିଲ୍ଲୀ ଓ ମୁମ୍ବାଇରେ ଥିବା କାର୍ଯ୍ୟାଳୟକୁ କଂପାନି ବନ୍ଦ କରିଥିବା ବେଳେ ସେଥିରେ କାମ କରୁଥିବା କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି। ଖର୍ଚ୍ଚ କାଟ କରିବା ଲାଗି କଂପାନି ଏହି ନିଷ୍ପତ୍ତି ନେଇଛି। ଏବେ କେବଳ ବେଙ୍ଗାଲୁରୁରେ ଟ୍ବିଟରର ଏକମାତ୍ର କାର୍ଯ୍ୟାଳୟ ରହିଛି। ସେହି କାର୍ଯ୍ୟାଳୟରେ କେବଳ ଇଞ୍ଜିନିୟରମାନେ କାମ କରୁଛନ୍ତି। ନୂଆ ଆଇଟି ନିୟମ ଅନୁସାରେ ସୋସିଆଲ ମିଡିଆ ସଂସ୍ଥାର ଏକ ସ୍ଥାନୀୟ ଠିକଣା ରହିବା ଦରକାର। ସେହି ନିୟମକୁ ପାଳନ କରିବା ଲାଗି ବେଙ୍ଗାଲୁରୁ ଅଫିସକୁ ଖୋଲା ରଖାଯାଇଛି। ଦିଲ୍ଲୀ କାର୍ଯ୍ୟାଳୟ ଗତ ଡିସେମ୍ବରଠାରୁ ବନ୍ଦ ରହିଛି। କାର୍ଯ୍ୟାଳୟକୁ କ୍ବଚିତ୍ କେହି କର୍ମଚାରୀ ଆସୁଛନ୍ତି। ଗତ କିଛି ମାସ ହେଲାଣି କୌଣସି କର୍ମଚାରୀ ଅଫିସ ଆସିନଥିବା କୋଠା ପରିଚାଳନା ଦାୟିତ୍ବରେ ଥିବା ଜଣେ ଅଧିକାରୀ କହିଛନ୍ତି। ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଥିବା କାର୍ଯ୍ୟାଳୟକୁ ମଧ୍ୟ କୌଣସି କର୍ମଚାରୀ ଆସୁନାହାନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp