ସାନ୍‌ ଫ୍ରାନସିସ୍‌‌କୋ: ଆଗକୁ ଟ୍ବିଟର ବ୍ୟବହାରକାରୀମାନେ ଲମ୍ବା ଲମ୍ବା ଟ୍ବିଟ୍ କରିପାରିବେ। ଲଙ୍ଗ ଫର୍ମ ଟ୍ବିଟରରେ ୧୦ ହଜାର କ୍ୟାରେକ୍ଟର ପର୍ଯ୍ୟନ୍ତ ଟ୍ବିଟ୍ ସୁବିଧା ମିଳିବ। ଟ୍ବିଟର ସିଇଓ ଏଲନ ମସ୍କ ଏହି ସୂଚନା ଦେଇଛନ୍ତି। ଅଧିକ ଲେଖି ହେଉଥିବା ବିଷୟ ଟ୍ବିଟ୍ କରିବା ସୁବିଧା ମିଳିବ ବୋଲି ଜଣେ ୟୁଜର ଯେତେବେଳେ ଟ୍ବିଟ୍ କରିଲେ ମସ୍କ ତାହାର ଉତ୍ତରରେ ଏହା କହିଛନ୍ତି।

Advertisment

ଏହାଫଳରେ ଲେଖକମାନେ ସେମାନଙ୍କ ଉନ୍ନତମାନର ଲେଖା ପାଇଁ ସବସ୍କ୍ରିପସନ ଫି ଦାବି କରିପାରିବେ। ଲୋକମାନେ ମଧ୍ୟ ଅଧିକ ସମୟ ଟ୍ବିଟରରେ ବିତାଇ ପାରିବେ। ଗତମାସରେ କମ୍ପାନି ଘୋଷଣା କରିଥିଲା ଯେ ଆମେରିକାରେ ବ୍ଲୁ ସବସ୍କ୍ରାଇବରମାନେ ୪୦୦୦ କ୍ୟାରେକ୍ଟର ପର୍ଯ୍ୟନ୍ତ ଟ୍ବିଟ୍ କରିପାରିବେ। କେବଳ ବ୍ଲୁ ସବସ୍କ୍ରାଇବରମାନେ ଅଧିକ ଶବ୍ଦର ଟ୍ବିଟ କରିପାରିବେ କିନ୍ତୁ ସବସ୍କ୍ରାଇବର ନଥିବା ବ୍ୟକ୍ତିମାନେ ତାହାକୁ ପଢ଼ିପାରିବେ, ଉତ୍ତର ଦେଇପାରିବେ, ରିଟ୍ବିଟ୍ ଆଦି କରିପାରିବେ। ଏବେ କେବଳ ୨୮୦ଟି ପର୍ଯ୍ୟନ୍ତ କ୍ୟାରେକ୍ଟରର ଟ୍ବିଟ୍ କରାଯାଇ ପାରୁଛି।