ବିଶ୍ୱର ବିମାନବନ୍ଦରମାନେ ସହିପାରନ୍ତି ୭ ଲକ୍ଷ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ବିମାନ ଚଳାଚଳ ବନ୍ଦ ରହିଛି | ବର୍ତ୍ତମାନ କେବଳ ଅଳ୍ପ କିଛି ବିମାନ ଆକାଶରେ ଉଡ଼ୁଥିବାବେଳେ ଅନ୍ୟ ଦେଶରେ ଫସିଥିବା ନିଜ ଦେଶର ଲୋକଙ୍କୁ ନେବା ଆଣିବା କରିବା କାମରେ ନିୟୋଜିତ ଅଛନ୍ତି | ଏଥିମଧ୍ୟରୁ କିଛି ବିମାନ ଔଷଧ ଓ ରିଲିଫ ସାମଗ୍ରୀ ପରିବହନ ମଧ୍ୟ କରୁଛନ୍ତି | ତେବେ ଯାତ୍ରୀ ପରିବହନରେ ରୋକ ଲାଗିଥିବାରୁ ବିମାନ କମ୍ପାନୀଙ୍କ ସମେତ ବିମାନବନ୍ଦରମାନେ ବି ବିପୁଳ କ୍ଷତି ସହୁଛନ୍ତି | ଅନ୍ତର୍ଜାତୀୟ ବିମାନବନ୍ଦର ପରିଷଦ (ଏସିଆଇ) ଆଶଙ୍କା ବ୍ୟକ୍ତ କରିଛି ଯେ ସମଗ୍ର ବିଶ୍ୱରେ ବିମାନବନ୍ଦର ବନ୍ଦ ଯୋଗୁଁ ୭.୩ ଲକ୍ଷ କୋଟି ଟଙ୍କା କ୍ଷତି ହୋଇପାରେ।

photo-siasat

ଏସିଆଇ ଆଶଙ୍କା କରିଛି ଯେ ଏସିଆ ମହାଦେଶର ବିମାନବନ୍ଦର ସହ ମଧ୍ୟ ପୂର୍ବ ଦେଶରେ ଥିବା ବିମାନବନ୍ଦର ଗୁଡିକ ବିପୁଳ କ୍ଷତି ସହିବେ | ଅନ୍ୟପଟେ ଅନ୍ତର୍ଜାତୀୟ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ୍(IATA) ବିଶ୍ୱର ସବୁ ଦେଶର ସରକାରଙ୍କୁ ଟିକସ ଛାଡ କରିବାକୁ ଦାବି କରିଛି। ଏଥି ସହିତ IATA ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ବର୍ଷର ପ୍ରଥମାର୍ଦ୍ଧରେ ବିମାନବନ୍ଦରମାନେ ଯାତ୍ରୀଙ୍କ ଠାରୁ ଆଦାୟ ହେବାକୁ ଥିବା ୩.୨ ଲକ୍ଷ କୋଟି ଟଙ୍କା ହରାଇପାରନ୍ତି ।

ଏଥି ସହିତ ଭାରତ ପ୍ରାୟ ୨୪ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି। ଯଦି ବର୍ଷସାରା ସମାନ ପରିସ୍ଥିତି ଜାରି ରହେ ତେବେ ଏହା ୩୯ ବିଲିୟନ ଡ଼ଲାରରୁ ୯୭ ବିଲିୟନ ଡ଼ଲାରରେ ପହଞ୍ଚିପାରେ | ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, କରୋନା ଯୋଗୁଁ ୨୦୨୦ ମସିହାରେ ବିଶ୍ୱର ବିମାନ କମ୍ପାନୀଗୁଡିକ ୧୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିପାରନ୍ତି ।

ସମ୍ବନ୍ଧିତ ଖବର