ନୂଆଦିଲ୍ଲୀ: ନିଜ ପ୍ରିୟଜନଙ୍କଠାରୁ ବହୁ ଦୂରରେ ରହି ଦେଶର ପ୍ରହରି ଭାବେ କାମ କରୁଥିବା ସୈନିକମାନଙ୍କୁ ଦୂରସଂଚାର ମନ୍ତ୍ରଣାଳୟ ଦୀପାବଳି ଭେଟି ପ୍ରଦାନ କରିଛି। ସୈନିକମାନେ ଏବେ ଡିଜିଟାଲ୍ ସାଟେଲାଇଟ୍ ଫୋନ୍ ଟର୍ମିନାଲ୍ ଜରିଆରେ ନିଜର ପ୍ରିୟଜନମାନଙ୍କ ସହିତ ସୁଲଭ ଦରରେ କଥାବାର୍ତା ହୋଇପାରିବେ। ସେମାନେ ମିନିଟ୍ ପିଛା ୧ ଟଙ୍କା ବ୍ୟୟରେ କଥାବାର୍ତା କରିପାରିବେ। ପୂର୍ବରୁ ସାଟେଲାଇଟ୍ ଫୋନ୍ ସେବା ବ୍ୟବହାର କରିବା ପାଇଁ ସୈନିକମାନଙ୍କୁ ମାସିକ ୫୦୦ ଟଙ୍କାର ଶୁଳ୍କ ଦେବାକୁ ପଡ଼ୁଥିଲା। ଏହା ବ୍ୟତୀତ ମିନିଟ୍ ପିଛା ୫ ଟଙ୍କା ଦରରେ କଲ୍ କରିବାକୁ ପଡୁଥିଲା। ଏବେ ସେମାନେ ମିନିଟ୍ ପିଛା ଏକ ଟଙ୍କାରେ ପ୍ରିୟଜନଙ୍କ ସହିତ କଥାବାର୍ତା ହୋଇପାରିବେ।
ସୈନିକଙ୍କୁ ଶସ୍ତା କଲ୍ ଦର ଉପହାର
/sambad/media/post_attachments/wp-content/uploads/2017/10/download.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)