ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନଙ୍କ ମାସିକ ପେନ୍ସନ୍ ୨୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଯୋଜନା ସରକାରଙ୍କ ରହିଛି। ଏବେ ସେମାନଙ୍କୁ ମାସିକ ୧୦୦୦ ଟଙ୍କା ପେନ୍ସନ୍ ପ୍ରଦାନ କରାଯାଉଛି। ଇପିଏଫ୍ଓର କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍)ରେ ଏହି ପଦକ୍ଷେପ ନିଆଯିବ। ସାଧାରଣ ନିର୍ବାଚନର ପ୍ରାୟ ବର୍ଷେ ପୂର୍ବରୁ ସରକାର ଏହି ପଦକ୍ଷେପ ନେଲେ ସରକାରଙ୍କୁ ବାର୍ଷିକ ପ୍ରାୟ ୩୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୪ରେ କେନ୍ଦ୍ର କ୍ୟାବିନେଟ୍ ଇପିଏସ୍ ଯୋଜନାରେ ପେନ୍ସନ୍ଭୋଗୀଙ୍କ ସର୍ବନିମ୍ନ ପେନ୍ସନ୍ ମାସିକ ୧୦୦୦ ଟଙ୍କାକୁ ବର୍ଷକ ପାଇଁ ବୃଦ୍ଧି କରିଥିଲେ। ପରବର୍ତୀ ସମୟରେ ଏହାକୁ ସ୍ଥାୟୀ ଭାବେ ବୃଦ୍ଧି କରାଯାଇଥିଲା। ଏଥିଯୋଗୁଁ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୮୧୩ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିଥିଲା।
ସର୍ବନିମ୍ନ ପେନ୍ସନ୍ ୨ ହଜାର ଟଙ୍କା ହେବ!
/sambad/media/post_attachments/wp-content/uploads/2017/12/pension-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)