ଏଲ୍‌ପିଜି, ବିମାନ ଇନ୍ଧନ ଦାମ୍ ବଢ଼ିଲା

ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଦ୍ବିତୀୟ ଦିନ ଲାଗି ସ୍ଥିର ରହିଥିବା ବେଳେ ଆଜି ଅଣ ସବ୍‌ସିଡି ଏଲ୍‌ପିଜି ଓ ବିମାନ ଇନ୍ଧନ ଦାମ୍ ବୃଦ୍ଧି ପାଇଛି। ଏଲ୍‌ପିଜିର ସିଲିଣ୍ଡର୍‌ ପିଛା ଦାମ୍ ୧ ଟଙ୍କା ବୃଦ୍ଧି ହୋଇଥିଲେ ମଧ୍ୟ ସ୍ଥାନୀୟ ଟିକସ କାରଣରୁ ବିଭିନ୍ନ ସ୍ଥାନରେ ପ୍ରକୃତ ଦର ବୃଦ୍ଧି ସାଢ଼େ ଚାରି ଟଙ୍କା ପର୍ଯ୍ୟନ୍ତ ରହିଛି। ବିମାନ ଇନ୍ଧନର କିଲୋଲିଟର ପିଛା ଦାମ୍ ୨୯୨୨ ଟଙ୍କା ବୃଦ୍ଧି ପାଇ ୪୧,୯୯୨ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର