ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ପାଇଁ ଉପହାର ସ୍ବରୂପ ଏଲ୍ପିଜି ଦାମ୍ରେ ୧୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। ଉଜ୍ଜ୍ବଳା ଯୋଜନାରେ ଗରିବ ମହିଳାମାନଙ୍କୁ ଦିଆଯାଉଥିବା ୩୦୦ ଟଙ୍କାର ସବ୍ସିଡିକୁ ୨୦୨୪-୨୫ ଆର୍ଥିକ ବର୍ଷସାରା ଜାରି ରଖିବା ଲାଗି ଗୁରୁବାର କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତାହାର ଗୋଟିଏ ଦିନ ପରେ ସିଲିଣ୍ଡର ଦାମ୍ରେ ଆଉ ୧୦୦ ଟଙ୍କା ହ୍ରାସ କରାଯାଇଛି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଲକ୍ଷ ଲକ୍ଷ ପରିବାରର ଆର୍ଥିକ ବୋଝକୁ ହାଲୁକା କରିବ। ଏହାଦ୍ବାରା ମହିଳାମାନେ ବିଶେଷ ଭାବେ ଉପକୃତ ହେବେ। ରୋଷେଇ ଇନ୍ଧନକୁ ସୁଲଭ କରି ପରିବାରର ଆର୍ଥିକ ସୁରକ୍ଷା ସହିତ ଏକ ସ୍ବାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ଜୀବନ ବଞ୍ଚିବାକୁ ସହଜ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି
ପ୍ରଧାନମନ୍ତ୍ରୀ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp