ନୂଆଦିଲ୍ଲୀ: କ୍ରମାଗତ ତିନି ମାସ ହ୍ରାସ ପାଇବା ପରେ ସୋମବାର ଠାରୁ ଏଲ୍ପିଜି ସିଲିଣ୍ଡର୍ ଦର ବୃଦ୍ଧି ପାଇଛି। ଆଜି ମେଟ୍ରୋ ସହରମାନଙ୍କରେ ଅଣ-ରିହାତି ଏଲ୍ପିଜି ସିଲିଣ୍ଡର୍ ପିଛା ୩୭ ଟଙ୍କା ବୃଦ୍ଧି ପାଇଛି।
ଜୁନ୍ ମାସରେ ଆନ୍ତର୍ଜାତିକ ବଜାରରେ ଏଲ୍ପିଜିର ମୂଲ୍ୟ ବଢ଼ିଥିବାରୁ ସିଲିଣ୍ଡର୍ ପିଛା ଦର ବୃଦ୍ଧି କରାଯାଇଛି ବୋଲି ଦେଶର ସର୍ବବୃହତ୍ ଇନ୍ଧନ ଯୋଗାଣକାରୀ ପ୍ରତିଷ୍ଠାନ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କହିଛି। ଆଜି ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର୍ ଟ.୧୧. ୫୦, ଚେନ୍ନାଇରେ ଟ. ୩୭, କୋଲ୍କାତାରେ ଟ. ୩୧. ୫୦ ଏବଂ ମୁମ୍ବାଇରେ ଟ. ୧୧. ୫୦ ବୃଦ୍ଧି ପାଇଛି। ଏହି ଦର ଜୁନ୍ ୧ ତାରିଖରୁ ଲାଗୁ କରାଯାଇଥିବା ପ୍ରକାଶ।
ଦର ବୃଦ୍ଧି ପରେ ସମ୍ପ୍ରତି ଏଲ୍ପିଜି ସିଲିଣ୍ଡର୍ ଦର ଦିଲ୍ଲୀରେ ଟ. ୫୯୩, କୋଲ୍କାତାରେ ଟ. ୬୧୬, ମୁମ୍ବାଇରେ ଟ. ୫୯୦. ୫୦ ଏବଂ ଚେନ୍ନାଇରେ ଟ. ୬୦୬. ୫୦ ରହିଛି।
ଆନ୍ତର୍ଜାତିକ ଦର ଏବଂ ଡଲାର୍-ଟଙ୍କା ବିନିମୟ ମୂଲ୍ୟକୁ ବିଚାର କରି ପ୍ରତି ମାସର ଆରମ୍ଭରେ ଏଲ୍ପିଜି ଦର ସଂଶୋଧନ କରାଯାଏ। ଗତ କେତେ ମାସ ହେବ ଆନ୍ତର୍ଜାତିକ ବଜାରରେ ଏଲ୍ପିଜି ଦର ଖୁବ୍ ହ୍ରାସ ପାଇଥିଲା। ସେହି କାରଣରୁ ଭାରତରେ ସିଲିଣ୍ଡର୍ ଦର ଗତ ତିନି ମାସ ହେଲା କ୍ରମାଗତ ହ୍ରାସ ପାଇଥିଲା।