ନୂଆଦିଲ୍ଲୀ:  ଦେଶରେ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। ଶୀତ ଦିନେ ଅଧିକାଂଶ ‌ଲୋକଙ୍କର ଗରମ ପାଣିରେ ଗାଧୋଇବା ଅଭ୍ୟାସ ରହିଥାଏ। କେହି କେହି ଗ୍ୟାସ୍‌, ଇଣ୍ଡକ୍ସନ, ଇମୋସନ ହିଟର୍‌ରେ ପାଣି ଗରମ କରି ଗାଧୋଇ ଥାଆନ୍ତି ତ ପୁଣି କେହି ଜୀବନ ଶୈଳୀକୁ ଆହୁରି ଟିକେ ସହଜ କରିବାକୁ ଘରେ ଗିଜର୍‌ ଲଗାଇ ଥାଆନ୍ତି। ମାତ୍ର ଆମେ ଆପଣଙ୍କୁ ଏପରି ଏକ ସୁବିଧା ବାଟ ବତାଇବୁ, ଯାହା ଫଳରେ ଆପଣ ଘରେ ଗିଜର ତ ଲଗାଇବେ ମାତ୍ର ଆପଣଙ୍କୁ ଏଥିପାଇଁ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ପଡ଼ିବନି, କାରଣ ଏଣିକି ଗିଜର୍‌ ଚାଲିବ ଗ୍ୟାସ୍‌ରେ।

Advertisment

ଏହି ଗିଜର ବ୍ୟବହାର କରିବା ଦ୍ବାରା ଆପଣଙ୍କ ବିଜୁଳି ବିଲ୍‌ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆପଣଙ୍କୁ ଗ୍ୟାସ୍‌ ଗିଜର ମିଳିଯିବ। ଏହି ଗିଜରକୁ ଆପଣ ଏଲ୍‌ପିଜିରେ ସଂଯୋଗ କରି ଚଳାଇ ପାରିବେ। ଫ୍ଲିପ୍‌କାର୍ଟ ଓ ଆମଜନ୍‌ ପରି ଅନ୍‌ଲାଇନ୍‌ ସାଇଟ୍‌ରେ ଏହି ଗିଜର ଉପଲବ୍ଧ।

ଭିନ୍ନ ଭିନ୍ନ କାପାସିଟିରେ ଏହି ଗିଜର ଆସେ। ଆପଣ ନିଜର ଆବଶ୍ୟକତା ଅନୁଯାୟୀ ଏହି ଗିଜରକୁ କିଣିପାରିବେ। ଏହାକୁ ଆପଣ ନିଜ ରୋ‌ଷେଇ ଘରେ ଫିଟ୍‌ କରିକି ବାସନ ବି ଗରମ ପାଣିରେ ଧୋଇ ପାରିବେ। ଏହାଛଡ଼ା ଏହାକୁ ଆପଣ ନିଜ ଗାଧୁଆଘରେ ବି ଲଗାଇ ପାରିବେ। ହାଭେଲ୍ସ ଓ ବଜାଜ୍‌ ପରି ନାମୀଦାମୀ ବ୍ରାଣ୍ଡ୍‌ର ବି ଆପଣ ଏହି ଗିଜର ପାଇଯିବେ। ତେବେ ଏହି ଗିଜରକୁ ଅଧିକ ସମୟ ଗାଧୁଆଘରେ ଲଗାଇବାକୁ ବାରଣ କରାଯାଇଛି। କାରଣ ଏଥିରୁ ବାହାରୁଥିବା ମନୋ ଅକ୍ସାଇଡ୍‌ ଗ୍ୟାସ୍‌ ଯୋଗୁ ହୋସ୍‌ ଉଡ଼ିଯିବାର ସମ୍ଭାବନା ଅଛି।