ନୂଆଦିଲ୍ଲୀ: ସରକାରୀ ରନ୍ଧନ ଗ୍ୟାସ ଯୋଗାଣ କମ୍ପାନି ଗୁଡ଼ିକ ଆଜି ଏଲପିଜି ଦର ହ୍ରାସ କରିଛନ୍ତି। ରିହାତି ଦରରେ ମିଳୁଥିବା ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ଦର ସିଲିଣ୍ଡର ପିଛା ୧ ଟଙ୍କା ୪୬ ପଇସା କମିଥିବାବେଳେ ଅଣ ସବସିଡି ଏଲପିଜି ଦର ୩୦ ଟଙ୍କା କମିଛି। ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିଯୋଗୁ ଦିଲ୍ଲୀରେ ଆଜି ମଧ୍ୟରାତିରୁ ରିହାତିରେ ମିଳୁଥିବା ଏଲପିଜି ଦର ସିଲିଣ୍ଡର ପିଛା ୪୯୩ ଟଙ୍କା ୫୩ ପଇସାକୁ ଖସିଆସିଛି। ପୂର୍ବରୁ ଡିସେମ୍ବର ୧ରେ ଏଲପିଜି ଦର ୬ ଟଙ୍କା ୫୨ ପଇସା ଏବଂ ଜାନୁଆରି ପହିଲାରେ ୫ ଟଙ୍କା ୯୧ ପଇସା ହ୍ରାସ ପାଇଥିଲା। ଚଳିତ ଥରକୁ ମିଶାଇଲେ ରନ୍ଧନ ଗ୍ୟାସ ଯୋଗାଣ କମ୍ପାନି ଗୁଡ଼ିକ କ୍ରମାଗତ ତୃତୀୟ ଥର ପାଇଁ ଏଲପିଜି ଦର ହ୍ରାସ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ସମେତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବୃଦ୍ଧି ଯୋଗୁ ଦରରେ ଏହି ହ୍ରାସ ଘଟିଛି। ଅଣ ସବସିଡି ଏଲପିଜି ଦର ଦିଲ୍ଲୀରେ ୬୫୯ ଟଙ୍କାକୁ ଖସିଆସିଛି।
କମିଲା ଏଲ୍ପିଜି ଦର
/sambad/media/post_attachments/wp-content/uploads/2018/12/LPG1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)