ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ : ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ଭାବେ ବଢିଚାଲିଥିବାବେଳେ ଆଜି ତେଲ କମ୍ପାନିମାନେ ରନ୍ଧନ ଗ୍ୟାସ ବା ଏଲପିଜିର ଦର ବୃଦ୍ଧି କରିଛନ୍ତି । ଏକ ୧୪ କିଲୋଗ୍ରାମ ବିଶିଷ୍ଟ ଅଣସବସୀଡି ଏଲପିଜି ସିଲିଣ୍ଡରର ପିଛା ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଏହା ଫଳରେ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ସୋମବାର ମଧ୍ୟରାତ୍ରିରୁ ଲାଗୁ ହେବ ।

ଏହି ଦରବୃଦ୍ଧିକୁ ମିଶାଇ ତେଲ କମ୍ପାନିମାନେ ଗତ ୧୫ ଦିନ ମଧ୍ୟରେ ଏଲପିଜି ଦର ୨ ଥର ବଢାଇସାରିଲେଣି ।  ଏହା ପୂର୍ବରୁ ଚଳିତ ମାସ ୪ ତାରିଖରେ ତୈଳ କମ୍ପାନିମାନେ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି କରିଥିଲେ ।

ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ ଏବେ ଏଲପିଜିର ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅଧିକ ବିଚଳିତ କରିବାର ସମ୍ଭାବନା ରହିଛି । ଆଜି ତେଲ କମ୍ପାନିମାନେ  ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି କରିଛନ୍ତି ।

ସମ୍ବନ୍ଧିତ ଖବର