ନୂଆଦିଲ୍ଲୀ: ରୋଷେଇ ଗ୍ୟାସ୍ ଏଲ୍ପିଜିର ସିଲିଣ୍ଡର ପିଛା ମୂଲ୍ୟ ସାଢ଼େ ୬ ଟଙ୍କା ହ୍ରାସ ପାଇଛି। ଛଅ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦର ବଢ଼ିବା ପରେ ପ୍ରଥମ ଥର ପାଇଁ ଏଲ୍ପିଜି ଦର କମିଛି। ଦିଲ୍ଲୀରେ ୧୪.୨ କେଜି ଏଲ୍ପିଜି ସିଲିଣ୍ଡର୍ ମୂଲ୍ୟ ୫୦୦ ଟଙ୍କା ୯୦ ପଇସାକୁ ହ୍ରାସ ପାଇଛି। ପୂର୍ବ ୬ ମାସ ଭିତରେ ସିଲିଣ୍ଡର ମୂଲ୍ୟ ୧୪ ଟଙ୍କା ୧୩ ପଇସା ବଢ଼ିଥିଲା। ଅଣ-ସବ୍ସିଡି ଏଲ୍ପିଜି ସିଲିଣ୍ଡର୍ ମୂଲ୍ୟ ମଧ୍ୟ ୧୩୩ ଟଙ୍କା ହ୍ରାସ ପାଇଛି ବୋଲି ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କୁହାଯାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ହ୍ରାସ ପାଉଥିବାରୁ ଏଲ୍ପିଜି ମୂଲ୍ୟ କମିଛି। ବିକ୍ରି ମୂଲ୍ୟ ଉପରେ ଟିକସ ମାତ୍ରା ମଧ୍ୟ କମ୍ ହୋଇଛି।ବର୍ଷକୁ ପ୍ରତି ପରିବାର ପିଛା ୧୨ଟି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରାଯାଉଛି। ଗ୍ରାହକମାନେ ସିଲିଣ୍ଡର୍କୁ ବଜାର ଦରରେ କିଣୁଛନ୍ତି ଓ ସବ୍ସିଡି ବାବଦ ଅର୍ଥକୁ ସରକାର ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରୁଛନ୍ତି। ସେହି ସବ୍ସିଡି ପରିମାଣ ପ୍ରତି ମାସରେ ପରିବର୍ତ୍ତନ ହୋଇଥାଏ। ଆନ୍ତର୍ଜାତିକ ବଜାରରେ ଦର ବଢ଼ିଲେ ସରକାର ଅଧିକ ସବ୍ସିଡି ପ୍ରଦାନ କରନ୍ତି।
ଏଲ୍ପିଜି ଦାମ୍ ସାଢ଼େ ୬ ଟଙ୍କା କମିଲା
/sambad/media/post_attachments/wp-content/uploads/2018/12/LPG1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)