ରନ୍ଧନ ଗ୍ୟାସ ଯୋଗାଣରେ ଆରମ୍ଭ ହେଲା ‘ତତ୍କାଳ ସେବା’; ବୁକିଂର ୨ଘଣ୍ଟା ମଧ୍ୟରେ ପହଞ୍ଚିବ ଗ୍ୟାସ୍

ନୂଆଦିଲ୍ଲୀ:   ଏଣିକି ଗ୍ୟାସ୍ ସିଲିଣ୍ଡର ପାଇଁ ପୂର୍ବରୁ ବୁକିଂ କରିବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଖାଇବା ଅର୍ଡର କରିବା  ଭଳି ରୋଷେଇ ଗ୍ୟାସକୁ ମଧ୍ୟ ଅର୍ଡର କରିପାରିବେ ଗ୍ରାହକ । ଅର୍ଡର କରିବା ମାତ୍ରେ ଘରେ ଆସି ପହଞ୍ଚିଯିବ ସିଲିଣ୍ଡର ।

ଇଂଡେନ୍ ଗ୍ୟାସ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏହି ସୁବିଧା ଦେବାକୁ ଯାଉଛି କମ୍ପାନୀ । ମାତ୍ର ୨ଘଣ୍ଟାରେ ଗ୍ୟାସ୍ ସିଲିଣ୍ଡର ଘରେ ପହଞ୍ଚାଇବା ସେବା ଆରମ୍ଭ କରିଛି କମ୍ପାନୀ । କମ୍ପାନୀର ଏହି ସେବାକୁ ନେଇ ସେଇମାନେ ଅଧିକ ଉପକୃତ ହୋଇପାରିବେ, ଯେଉଁ ଉପଭୋକ୍ତାମାନେ ଗ୍ୟାସ୍ ବୁକିଂ କରିବା ପରେ ଲମ୍ବା ସମୟ ଧରି ଅପେକ୍ଷା କରି ରହୁଥିଲେ । କମ୍ପାନୀ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସବୁଠୁ ବଡକଥା ହେଉଛି ଏହି ସେବା ଦ୍ୱାରା ପାଖାପାଖି ୩୦ କୋଟି ଉପଭୋକ୍ତା ଉପକୃତ ହୋଇପାରିବେ ।

ଇଣ୍ଡେନ୍ ଏହି ସେବାକୁ ‘ତତ୍କାଳ ସେବା’ ନାଁ ଦେଇଛି । ପ୍ରଥମେ ଏହି ସୁବିଧା ହାଇଦ୍ରାବାଦ ଏବଂ ଅନ୍ୟ କିଛିଟା ସହରରେ ଆରମ୍ଭ କରାଯାଇଛି । ଆଗକୁ ଏହି ସେବା ସମସ୍ତ ଗ୍ରାହକଙ୍କୁ ଯୋଗାଇଦିଆଯିବ ବୋଲି କମ୍ପାନୀ କହିଛି । ତେବେ ଏଠାରେ କହିରଖୁଛୁ କି କମ୍ପାନୀର ଅଫିସିଆଲ  ୱେବସାଇଟକୁ ଯାଇ ଗ୍ୟାସ୍ ବୁକିଂ କରିପାରିବେ ଗ୍ରାହକ।

ସମ୍ବନ୍ଧିତ ଖବର