ଏଲ୍‌ପିୟୁର ନବମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର,: ଲଭ୍‌ଲି ପ୍ରଫେସନାଲ୍ ୟୁନିଭର୍ସିଟି (ଏଲ୍‌ପିୟୁ)ର ନବମ ସମାବର୍ତ୍ତନ ଉତ୍ସବ ବିଶ୍ବବିଦ୍ୟାଳୟର ଜଳନ୍ଧର କ୍ୟାମ୍ପସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦେଶର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୫୪ ପିଏଚ୍‌ଡି ଡିଗ୍ରି ଓ ଟପର୍‌ମାନଙ୍କୁ ୯୮ ଗୋଲ୍‌ଡ ମେଡାଲ୍ ପ୍ରଦାନ କରାଯାଇଛି। ଏହି ଅବସରରେ ଲଭ୍‌ଲି ଗ୍ରୁପ୍‌ର ଅଧ୍ୟକ୍ଷ ରମେଶ ମିତ୍ତଲ, ଏଲ୍‌ପିୟୁର ଚାନ୍‌ସେଲର୍‌ ଅଶୋକ ମିତ୍ତଲ, ପ୍ରୋ ଚାନ୍‌ସେଲର୍‌ ରଶ୍ମୀ ମିତ୍ତଲ, ଉପାଧ୍ୟକ୍ଷ ନରେଶ ମିତ୍ତଲ ଓ କୁଳପତି ପ୍ରଫେସର ଡକ୍ଟର ରମେଶ କନ୍‌ୱାର୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର