ଏଲ୍‌ଆଣ୍ଡଟି ଫାଇନାନ୍ସର କଲ୍ୟାଣମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ବର,: ଏଲ୍‌ଆଣ୍ଡଟି ଫାଇନାନ୍ସ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ତିନିଟି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ କଂପାନି ଏଭଳି ୩୨ଟି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବ। ଏହା ଦ୍ବାରା ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସୁବର୍ଣ୍ଣପୁରର ୮୦୦୦ରୁ ଅଧିକ ଲୋକ ଲାଭବାନ ହେବେ। ଅକ୍ଟୋବର ମାସରେ ହୋଇଥିବା ସ୍ବାସ୍ଥ୍ୟ ଶିବିରରେ ୧୦୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ଶିବିରରେ ଗର୍ଭବତି ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ ଓ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସେବା ଭାରତ ନାମକ ଏନ୍‌ଜିଓ ସହଯୋଗରେ କଂପାନି ଏହି ଶିବିର ଆୟୋଜନ କରୁଛି।

ସମ୍ବନ୍ଧିତ ଖବର