ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଲାଗୁଥାଏ, ଆପଣଙ୍କ ଆଧାର କାର୍ଡକୁ ନେଇ କୌଣସି ବ୍ୟକ୍ତି  ତା’ର ଅପ ବ୍ୟବହାର କରିପାରନ୍ତି ବୋଲି, ତେବେ ଆପଣଙ୍କ ଲାଗି ଖୁସି ଖବର! କାରଣ, ଏବେ ଆଉ ଆପଣଙ୍କୁ ଆପଣଙ୍କର  ଆଧାର କାର୍ଡକୁ ନେଇ କାହାରିକୁ ଭୟ କରିବାକୁ ପଡ଼ିବ ନାହିଁ। ଆପଣ ନିଜେ ଚାହିଁଲେ, ଆପଣଙ୍କର ଆଧାର କାର୍ଡକୁ  ଲକ୍‌ ବି କରି ରଖିପାରିବେ! ତେବେ ଏନେଇ ଆଜି ଆମେ ଆପଣଙ୍କୁ ଆଧାର କାର୍ଡକୁ କିଭଳି ଭାବରେ ଲକ୍‌ କରା ଯାଇଥାଏ, ସେସଂପର୍କରେ ଜଣାଇବୁ...

Advertisment

ସୂଚନା ଅନୁଯାୟୀ, ଆଧାର କାର୍ଡର ପ୍ରସ୍ତୁତି ସମୟରେ ବ୍ୟକ୍ତିର ଫିଙ୍ଗର୍‌ ପ୍ରିଣ୍ଟ୍‌ ଏବଂ ରେଟିନା ସ୍କାନ୍‌କୁ ସରକାର ଷ୍ଟୋର୍‌ କରି ରଖିଥାନ୍ତି। ଯାହାକୁକି ବାୟୋମେଟ୍ରିକ୍‌ ଡଟା ବୋଲି କୁହାଯାଇଥାଏ। ତେବେ ଆଧାର କାର୍ଡ ଭେରିଫିକେସନ୍‌ ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ହେଲେ, ଏହି ବାୟୋମେଟ୍ରିକ୍‌ ଡାଟାକୁ  ଆପଣ  ଚାହିଁଲେ ମଧ୍ୟ ଘରେ ବସ ଲକ୍‌ କରିପାରିବେ! ତେବେ, ଏଥିପାଇଁ ଆପଣଙ୍କୁ କେବଳ UIDAIର େଓ୍ଵବ୍‌ସାଇଟ୍‌କୁ ଯିବାକୁ ହେବ ଏବଂ ଲକ୍‌/ ଅନ୍‌ଲକ୍‌ ବାୟୋମେଟ୍ରିକ୍‌ ଉପରେ କ୍ଲିକ୍‌ କରିବାକୁ ହେବ। ଏଥିସହିତ ଆପଣଙ୍କୁ ଏହାପରେ ଅପଣଙ୍କୁ ‘ଲକ୍‌ ୟୋର୍‌ ବାୟୋମେଟ୍ରିକ୍‌ସ’ ଅପ୍‌ସନ୍‌ ଦେଖାଯିବ। ଯାହାର ତଳ ଭାଗରେ ଆପଣଙ୍କୁ ଆପଣଙ୍କ ୧୨ ସଂଖ୍ୟ ବିଶିଷ୍ଟ ଆଧାର ନମ୍ବରକୁ ଲେଖିବାକୁ ହେବ ଏବଂ ଓଟିପି ନମ୍ବରକୁ ସେଣ୍ଟ୍‌ କରିବାକୁ ହେବ। ତେବେ ଏହା କଲାପରେ ଆପଣଙ୍କ ଫୋନ୍‌କୁ ଏକ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ ଟିଏ ଆସିବ। ଏହାପରେ ଆପଣ ଆପଣଙ୍କ ସାମ୍ନାରେ ଖୋଲିଥିବା ପେଜ୍‌ ମଧ୍ୟକୁ ଯାଇ ଓଟିପି ନମ୍ବରକୁ ଦେବାକୁ ହେବ ଏବଂ ଭେରିଫାଇ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଏନେବଲ୍‌ ବାୟୋମେଟ୍ରିକ୍‌  ଲକିଙ୍ଗ୍‌ ଉପରେ କ୍ଲିକ୍‌ କରିବାକୁ ହେବ। ତେବେ ଏନେବଲ୍‌ ବାୟୋମେଟ୍ରିକ୍‌ ଲକିଙ୍ଗ୍‌କୁ ଚେକ୍‌ କରିବା ପରେ ଆପଣ ଇନେବଲ୍‌ ଉପରେ କ୍ଲିକ୍‌ କରି ଦିଅନ୍ତୁ। ଆଉ ସେହିଠାରେ ଯଦି ଆପଣ ଏହି ଲକ୍‌କୁ ଡିସେବଲ୍‌ କରିବାକୁ ଚାହୁଁଥା’ନ୍ତି ତ, ତେବେ ଆପଣଙ୍କୁ ଏନେବଲ୍‌ ବାୟୋମେଟ୍ରିକ୍‌ ଲକିଙ୍ଗ୍‌କୁ ଅନ୍‌ଚେକ୍‌ କରିବାକୁ ପଡ଼ିବ ଏବଂ ପୁଣିଥରେ ଡିସେବଲ୍‌ କରିବାକୁ ମଧ୍ୟ ହେବ। ଏହିଭଳି ଭାବେ ଆପଣ ଚାହିଁଲେ ଆପଣଙ୍କ ଆଧାର କାର୍ଡର ବାୟୋମେଟ୍ରିକ୍‌ ଡାଟାକୁ ଲକ୍‌ /ଅନ୍‌ଲକ୍‌ କରିପାରିବେ! ତେବେ ମନେରଖନ୍ତୁ, ଏହି ବାୟୋମେଟ୍ରିକ୍‌ ଡାଟାକୁ ଲକ୍‌ କଲାପରେ ଆପଣଙ୍କର ଆଧାର ଉପରେ ଆଧାରିତ ଟ୍ରାନ୍‌ଜାକ୍‌ସନ୍‌ ଏବଂ ରିକ୍ୱେଷ୍ଟ୍‍କୁ କେବଳ ମୋବାଇଲ୍‌ ନମ୍ବରରେ ପଠାଯାଇଥିବା ଓଟିପି ମାଧ୍ୟମରେ ଭେରିଫାଇ ହୋଇପାରିବ। ଯାହା ଦ୍ୱାରାକି ଆପଣଙ୍କ ଠାରୁ ଥଂବ୍‌ ଏବଂ ଆଇରିସ୍‌ ସ୍କାନ୍‌ ଭଳି ସୁବିଧାଟି ବନ୍ଦ୍‌ ହୋଇଯିବ।