ମାତ୍ର ୧୫ ମିନିଟ୍‌ ଚାର୍ଜ କରନ୍ତୁ, ୭ଘଣ୍ଟା ଚାଲିବ ବଜାରକୁ ଆସିଥିବା ଏହି ନୂଆ ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ମୋଟୋରୋଲା ଜି୬ ସିରିଜର ତୃତୀୟ ସ୍ମାର୍ଟଫୋନ୍‌ ମୋଟୋରୋଲା ମୋଟା ଜି୬ ପ୍ଲସ୍‌ ଭାରତରେ ଲଞ୍ଚ କରାଯାଇଛି। କମ୍ପାନି ଏହି ମୋବାଇଲ୍‌ ଫୋନ୍‌ର ମୂଲ୍ୟ ୨୨,୯୯୯ଟଙ୍କା ରଖିଛି। ମୋଟୋରୋଲା ମୋଟା ଜି୬ ପ୍ଲସ୍‌ ଫୋନ୍‌ରେ ୬ଜିିବି ର‍୍ୟାମ୍‌ ଓ ଏହାର ଇଣ୍ଟରନେଟ ମୋମୋରି ୬୪ଜିବି ରହିଛି। ଏତଦ୍‌ ବ୍ୟତୀତ ଏହି ଫୋନ୍‌ ୧୫ ମିନିଟ୍‌ ଚାର୍ଜ କଲେ ସାତ ଘଣ୍ଟା ପର୍ଯ୍ୟନ୍ତ ଚାଲିବାର ସୁବିଧା ମଧ୍ୟ ଖଞ୍ଜା ଯାଇଛି। କମ୍ପାନି ଏହା ପୂର୍ବରୁ ଜୁନ୍‌ରେ ମୋଟୋ ଜି୬ ଓ ଜି୬ ପ୍ଲେ ଭାରତରେ ଲଞ୍ଚ୍‌ କରିଥିଲା।

ସୂଚନାଯୋଗ୍ୟ, ମୋଟୋରୋଲାର ଏହି ଡିଭାଇସ୍‌କୁ ଆମଜନ୍‌ ଇଣ୍ଡିଆର େଓ୍ଵବସାଇଟ୍‌ ଜରିଆରେ ଗ୍ରାହକ କିଣି ପାରିବେ। ମୋଟୋ ହବ୍ସ ଓ ମୋଟୋରୋଲା ଏହାର ରିଟେଲର୍ସ। ଏତଦ୍‌ ବ୍ୟତୀତ ମୋବାଇଲ ପେଟିଏମ ଜରିଆରେ ଅଫଲାଇନ୍‌ ମଲ୍‌ରୁ ବି କ୍ରୟ କରି ପାରିବେ ଗ୍ରାହକ। ଏହି କ୍ରୟ ସମ୍ପୂର୍ଣ୍ଣ ହେବା ପରେ ଗ୍ରାହକଙ୍କୁ ତିନି ହଜାର ଟଙ୍କାର ଫେରସ୍ତ ମଧ୍ୟ ମିଳିବ। ତେବେ ଖାସ୍‌ କଥାଟି ହେଉଛି ରିଲାଏନ୍ସ ବ୍ୟବହାରକାରୀଙ୍କୁ ଡିଭାଇସ୍‌ କ୍ରୟ କରିବା ଦ୍ୱାରା ୪,୪୫୦ଟଙ୍କାର ପର୍ଯ୍ୟନ୍ତ ଫେରସ୍ତ ମିଳିବ। l ତେବେ ଏଥିପାଇଁ ଗ୍ରାହକଙ୍କୁ ୧୯୮ କିମ୍ବା ୨୯୯ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏହି ସ୍ମାର୍ଟଫୋନ୍‌ ଇଣ୍ଡିଗୋ ଓ ଗୋଲ୍ଡ କଲରର ସହିତ କମ୍ପାନି ମୋଟୋ ଜି୬ ପ୍ଲାସ୍‌କୁ ଡୁଏଲ ରିୟର କ୍ୟାମେରା ସହିତ ବଜାର ପ୍ରବେଶ କରାଇବ। ଏହାର କ୍ୟାମେରା ୧୨ ମେଗାଫିକ୍‌ସଲ୍‌ ରହିଛି।

ସମ୍ବନ୍ଧିତ ଖବର