ନୂଆଦିଲ୍ଲୀ: ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ(LVPEI) ଏବଂଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ମିଳିତ ପ୍ରୟାସରେ ଦୁଆର ମୁହଁରେ ଚକ୍ଷୁ ଚିକିତ୍ସା ସେବା ଆରମ୍ଭ ହୋଇଛି। ଏହା ଘରେ ଆଖି ଯାଞ୍ଚ ସେବା ଯୋଗାଇବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଏହି ପ୍ରକଳ୍ପଟି ବୃଦ୍ଧ ଏବଂ ଚଳନଶକ୍ତିରେ ଅସମର୍ଥ ଲୋକଙ୍କ ପାଇଁ ଗୁଣାତ୍ମକ ଆଖି ଚିକିତ୍ସା ସେବା ସେମାନଙ୍କ ଘରେ ଯୋଗାଇ ଦେବା ଉଦ୍ଦେଶ୍ୟରେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଏକ କାର୍ଯ୍ୟକ୍ରମର ଅଂଶ । ୟୁନାଇଟେଡ଼ ପୁପୁଲସନ ଫଣ୍ଡ ଇଣ୍ଡିଆ ଏଜିଙ୍ଗ ରିପୋର୍ଟ ୨୦୨୩ରେ କୁହାଯାଇଛି ଯେ ଭାରତରେ ୧୪୯ ମିଲିଅନ୍ ବୃଦ୍ଧ ଲୋକ ଅଛନ୍ତି, ଏହି ସଂଖ୍ୟା ୨୦୫୦ରେ ପ୍ରାୟ ୩୪୭ ମିଲିଅନକୁ ବୃଦ୍ଧି ପାଇବା ଆଶା ରହିଛି। ଏହି ଲୋକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଏପରି ନୂଆ ସ୍ୱାସ୍ଥ୍ୟ ସେବା ପ୍ରଣାଳୀର ମାଗଣା ଅଟେ, ଯାହା ପରମ୍ପରାଗତ ସ୍ୱାସ୍ଥ୍ୟ ସେବା ପ୍ରଣାଳୀରେ ଭାର ସ୍ବାଭାବିକ ଭାବରେ କମାଇବାକୁ ସାହାଯ୍ୟ କରିବ। 

Advertisment

ଏହି ସେବା ଏକ ଫୋନ୍ କଲ୍ ଦ୍ୱାରା ଧାର୍ଯ୍ୟ କରାଯାଇ ପାରିବ। ଏକ ପ୍ରଶିକ୍ଷିତ ଅପ୍ଟୋମେଟ୍ରିଷ୍ଟ ଦ୍ୱାରା ଆଖିର ଯାଞ୍ଚ ଘରେ କରାଯିବ, ଯେଉଁଥିରେ ତାଙ୍କର ଆଖିର ଅତୀତ ଆଖି ସ୍ୱାସ୍ଥ୍ୟ ସୂଚନା ନେବା, ଟର୍ଚ୍ ଲାଇଟ ଯାଞ୍ଚ କରିବା, ଓ ରିଫ୍ରାକ୍ସନ୍ ଯାଞ୍ଚ କରାଯିବ। ଏହା ପରେ ଆନ୍ଟିରିଅର୍ ସେଗମେଣ୍ଟ ଯାଞ୍ଚ ଏବଂ ଇଣ୍ଟ୍ରାଓକ୍ୟୁଲାର୍ ପ୍ରେସର୍ ଚେକ୍ ମଧ୍ୟ କରାଯାଇ ପାରିବ ।

ଏହା ସହିତ ଏକ ଏସିନ୍କ୍ରୋନସ୍ ଟେଲିକନ୍ସୁଲଟେସନ୍ ହେଉଛି, ଯାହା ଦ୍ୱାରା ଏକ ଡାକ୍ତରଙ୍କ ସହିତ ଆଲୋଚନା କରାଯାଇଥାଏ। ଚିକିତ୍ସାର ବିସ୍ତୃତ ଇ-ରିପୋର୍ଟ ରେ ଅବସ୍ଥା, ନିଦାନ, ପରିଚାର୍ଯ୍ୟ ଯୋଜନା, ପ୍ରେସକ୍ରିପ୍ସନ୍ (ଯଦି ଥାଏ), ଓ ପରବର୍ତ୍ତୀ ଯାଞ୍ଚର ବିବରଣୀ ରୋଗୀଙ୍କ ପଞ୍ଜିକୃତ ଫୋନ୍ ନମ୍ବରକୁ ପଠାଯିବ। ଏହା ଇଲେକ୍ଟ୍ରୋନିକ୍ ମେଡିକାଲ୍ ରେକର୍ଡ ସହିତ ଜଡିତ ହୋଇଥାଏ |ଯଦି ଆଖିର ଅଧିକ ଯାଞ୍ଚ କିମ୍ବା ସର୍ଜରିର ଆବଶ୍ୟକତା ଥାଏ, ସେହି ଯାଞ୍ଚ କିମ୍ବା ଚିକିତ୍ସା ନିକଟତମ୍ କେନ୍ଦ୍ରରେ କରାଯିବ। ଡାଇବେଟିକ୍ ରେଟିନୋପେଥି ଏବଂ ଗ୍ଲକୋମା ପାଇଁ ଏଆଇ କ୍ଷମତାଯୁକ୍ତ ସ୍କ୍ରିନିଂ ମଧ୍ୟ କରାଯିବ । ଏହି ସେବା ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ହାଇଦ୍ରାବାଦ କ୍ୟାମ୍ପସରୁ ଆରମ୍ଭ ହୋଇ ଭୁବନେଶ୍ୱର ସମେତ ଅନ୍ୟ ସମସ୍ତ କେନ୍ଦ୍ରରେ ଉପଲବ୍ଧ ହେବ।