ଭୁବନେଶ୍ବର: ନବରାତ୍ରୀ ମହୋତ୍ସବ ଭଳି ଏକ ପବିତ୍ର ମୁହୂର୍ତରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ଏକ ନୂଆ ଷ୍ଟୋର୍ ଜନପଥରେ ଖୋଲିଛି। ରାଜ୍ୟରେ ଏହା କମ୍ପାନିର ତୃତୀୟ ଗହଣା ଷ୍ଟୋର୍। ଷ୍ଟୋର୍ର ଉଦ୍ଘାଟନ ଅବସରରେ ଶ୍ରୀମନ୍ଦିର ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପାହାଳ ଜଗନ୍ନାଥ ମନ୍ଦିରର ଗୁରୁଜୀ ଉଦାସୀନି ମହାରାଜ, କମ୍ପାନିର ନିର୍ଦ୍ଦେଶକ ସାଜନ ଅଗ୍ରୱାଲ୍ ଓ ରାମାବତାର ଅଗ୍ରୱାଲ୍ ଉପସ୍ଥିତ ଥିବାବେଳେ ଏହି ସମାରୋହରେ ଓଲିଉଡ୍ ତାରକା ବାବୁସାନ, ଏଲିନା ଓ ଆକାଶ, ରାଜନେତା ଓ ପ୍ରଶାସକମାନେ ସାମିଲ ହୋଇଥିଲେ। ଧୂପକାଠି ପାଇଁ ଘରେ ଘରେ ପରିଚିତ ମଧୁକୁଞ୍ଜ ବ୍ରାଣ୍ଡ୍ର ୨୫ ବର୍ଷର ଉତ୍କର୍ଷ ବ୍ୟବସାୟ ପରମ୍ପରା ରହିଛି। ଉତ୍କର୍ଷର ସେହି ଧାରାକୁ କମ୍ପାନି ଗହଣା ବ୍ୟବସାୟରେ ମଧ୍ୟ ଉପସ୍ଥାପନ କରିଛି। ଷ୍ଟୋର୍ରେ ୧୦୦% ବିଆଇଏସ୍ ହଲ୍ମାର୍କ ଓ ଏଚ୍ୟୁଆଇଡି ସାର୍ଟିଫାଏଡ୍ ଗହଣା, ୧୦୦% ଆଇଜିଆଇ ସାର୍ଟିଫାଏଡ୍ ହୀରାର ଗହଣା ଥିବାବେଳେ ତାଲିମପ୍ରାପ୍ତ କର୍ମଚାରୀ ରହିଛନ୍ତି।
ଷ୍ଟୋର୍ରେ ଉତ୍କୃଷ୍ଟ କାରିଗରୀ ଓ ସ୍ବତନ୍ତ୍ର ଡିଜାଇନ୍ର ଗହଣା ରହିଛି। ଗ୍ରାହକମାନେ ପୁରୁଣା ସୁନା ବଦଳ କରି ୧୦୦% ମୂଲ୍ୟ ପାଇପାରିବେ। ଏହି ଅବସରରେ ଷ୍ଟୋର୍ ପକ୍ଷରୁ ଉଦ୍ଘାଟନୀ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୪୦%, ହୀରା ଓ ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ସହ ପ୍ରତି କିଣାକିଣି ଉପରେ ଉପହାର ପାଇପାରିବେ। ଏହି ଅଫର ଅକ୍ଟୋବର ୬ରୁ ୧୩ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ତୃତୀୟ ଷ୍ଟୋର୍ ଜରିଆରେ ଓଡ଼ିଶାରେ ଆମ ବ୍ୟବସାୟର ସମ୍ପ୍ରସାରଣ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଶୁଦ୍ଧତା, ବିଶ୍ବାସ ଓ ଗ୍ରାହକ ସନ୍ତୁଷ୍ଟି ପ୍ରତି ଆମ ପ୍ରତିବଦ୍ଧତା ଅତୁଟ ରହିଛି। ମଧୁକୁଞ୍ଜ ପ୍ରଦାନ କରୁଥିବା ଭିନ୍ନତାର ଅନୁଭୂତି ହାସଲ କରିବା ଲାଗି ଷ୍ଟୋର୍ ପରିଦର୍ଶନ କରିବାକୁ ଆମେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ ବୋଲି ସେ କହିଛନ୍ତି।