ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଦେଶର ଅଗ୍ରଣୀ ସୁନାଋଣ ପ୍ରଦାନକାରୀ ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନ୍‌ବିଏଫ୍‌ସି) ମୁଥୁଟ୍‌ ଫାଇନାନ୍ସର ବ୍ରାଣ୍ଡ୍ ଆମ୍ବାସଡ଼ର ହୋଇଛନ୍ତି। କମ୍ପାନି ଏ ନେଇ ମାଧୁରୀଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି। ମାଧୁରୀଙ୍କୁ ନୂଆ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଥିଲେ ମଧ୍ୟ ଅମିତାଭ ବଚ୍ଚନ ପୂର୍ବଭଳି ବ୍ରାଣ୍ଡ୍‌ ଆମ୍ବାସଡ଼ର ଭାବେ କାର୍ଯ୍ୟ କରିବେ। ମାଧୁରୀଙ୍କୁ ନୂଆ ବ୍ରାଣ୍ଡ୍‌ ଆମ୍ବାସଡ଼ର କରାଯାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। କମ୍ପାନି ଏହା ଦ୍ବାରା ଆହୁରି ଅଧିକ ଆଗକୁ ଯିବ ବୋଲି ମୁଥୁଟ୍ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡାର ଜର୍ଜ ମୁଥୁଟ୍ କହିଛନ୍ତି।