ଧୋନିଙ୍କ ପାଇଁ ମଧ୍ୟପ୍ରଦେଶରୁ ଆସିଲା ୨ହଜାର କୁକୁଡ଼ା

ନୂଆଦିଲ୍ଲୀ: ଧୋନିଙ୍କ ପାଇଁ ମଧ୍ୟପ୍ରଦେଶରୁ ଆସିଲା ୨ହଜାର କୁକୁଡ଼ା, ଏହି ଶୀର୍ଷକ ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ଧୋନିଙ୍କ ପାଇଁ ଏତେ ପରିମାଣରେ କୁକୁଡା କାହିଁକି ଆସିଲା ବୋଲି ମନରେ ପ୍ରଶ୍ନ ଉଠିପାରେ।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି,  କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନିର୍ଦ୍ଦେଶରେ ମଧ୍ୟପ୍ରଦେଶର ଏକ ସହଯୋଗୀ ଫାର୍ମ ରାଞ୍ଚିରେ ଥିବା ତାଙ୍କ ଫାର୍ମକୁ ୨୦୦୦ଟି ପ୍ରୋଟିନ୍ ଯୁକ୍ତ ‘କଡ଼କନାଥ’ ପ୍ରଜାତି  କୁକୁଡା ପଠାଇଛି। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର କଳା ‘କଡ଼କନାଥ’କୁ ୨୦୧୮ ରେ ଜିଆଇ ଟ୍ୟାଗ୍ ମିଳିଛି। ଏହି କୁକୁଡ଼ା, ଏହାର ଅଣ୍ଡା ଏବଂ ମାଂସ ଅନ୍ୟ ପ୍ରଜାତି କୁକୁଡା ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି  ହୋଇଥାଏ।

ଝାବୁଆର ଜିଲ୍ଲାପାଳ ସୋମେଶ ମିଶ୍ର ପ୍ରେସ ଟ୍ରଷ୍ଟକୁ କହିଛନ୍ତି ଯେ ଧୋନି ଏକ ସ୍ଥାନୀୟ ସହକାରୀ ଫାର୍ମକୁ ୨୦୦୦ ‘କଡ଼କନାଥ’ କୁକୁଡା ଅର୍ଡର ଦେଇଥିଲେ। ଯାହାପରେ ଏକ ଗାଡିରେ ଉକ୍ତ କୁକୁଡ଼ାଗୁଡ଼ିକୁ ତାଙ୍କ ପାଇଁ ରାଞ୍ଚିକୁ ପଠାଇ ଦିଆଯାଇଛି।

ସେ କହିଛନ୍ତି, “ଧୋନିଙ୍କ ପରି ତାରକା ‘କଡ଼କନାଥ’ କୁକୁଡ଼ା  ପ୍ରଜାତି ପ୍ରତି ଆଗ୍ରହ ପ୍ରକାଶ କରିବା ଏକ ଭଲ ପଦକ୍ଷେପ। ଯେକେହି ଏହାକୁ ଅନଲାଇନରେ ଅର୍ଡର କରିପାରିବେ, ଯାହାକି ଏହି ପ୍ରଜାତିର କୁକୁଡ଼ା ପାଳୁଥିବା ଆଦିବାସୀମାନେ ଉପକୃତ ହେବେ।

ସମ୍ବନ୍ଧିତ ଖବର