ଜାହ୍ନବୀ ନିସାନରେ ‘ମ୍ୟାଗନାଇଟ୍‌’

ଭୁବନେଶ୍ବର: ନିସାନ ମୋଟର୍ସର ଅଧୀକୃତ ସୋରୁମ୍ ପାହାଳସ୍ଥିତ ଜାହ୍ନବୀ ନିସାନରେ ଆଜି ନୂଆ କମ୍ପାକ୍ଟ ଏସୟୁଭି ମ୍ୟାଗ୍ନାଇଟ୍‌ର ବଜାର ପ୍ରବେଶ କରାଯାଇଛି। ୪ ମିଟରରୁ କମ୍ ଲମ୍ବ ବିଶିଷ୍ଟ ଏହି ଏସୟୁଭିରେ ୧ ଲିଟର ଇଞ୍ଜିନ ସହିତ ୨୦୫ ମିମିର ଗ୍ରାଉଣ୍ଡ କ୍ଲିଅରାନ୍ସ ରହିଛି। ଏହି ଗାଡ଼ିରେ ଏଲଇଡିର ବାଇଫୋକାଲ ସ୍ଲିକ୍ ହେଡଲାଇଟ, ଡିଆରଏଲ ଏବଂ ଫଗ ଲ୍ୟାମ୍ପ, ୧୬ ଇଞ୍ଚର ଆଲୟ ହୁଇଲ ଆଦି ରହିଛି। ଏହି ବର୍ଗର ଗାଡ଼ିରେ ପ୍ରଥମ ଭାବେ କ୍ରୁଜ୍ କଣ୍ଟ୍ରୋଲ, ୩୬୦ ଡିଗ୍ରି କ୍ୟାମେରା, ୮ ଇଞ୍ଚର ଫୁଲ କଣ୍ଟ୍ରୋଲ ଟଚସ୍କ୍ରିନ ସୁବିଧା ବି ରହିଛି। ଓୟାରଲେସ ଚାର୍ଜିଂ ପ୍ୟାଡ, ଏୟାର ପିୟୁରିଫାୟର, ଆମ୍ବିଏଣ୍ଟ ମୁଡ୍ ଲାଇଟ, ପୁଡୁଲ୍‌ ଲ୍ୟାମ୍ପ, ଷ୍ଟଫ୍ ପ୍ଲେଟ, ଡୁଆଲ ଏୟାରବ୍ୟାଗ ଆଦି ବି ଏଥିରେ ରହିଛି। ୪ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ଏହି ଗାଡ଼ିର ଏକ୍ସସୋରୁମ୍ ମୂଲ୍ୟ ୪ ଟଙ୍କା ୯୫ ହଜାର ଟଙ୍କାରୁ ଆରମ୍ଭ କରି ୯ ଲକ୍ଷ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ‌୧ ଲିଟର ଇନ୍ଧନରେ ଗାଡ଼ି ୧୭.୫ କିମିରୁ ୨୦ କିମି ପର୍ଯ୍ୟନ୍ତ ଚାଲୁଛି। ମ୍ୟାଗନାଇଟର ଉନ୍ମୋଚନ ଅବସରରେ ସୋରୁମର ଏମଡି ଅମିତ କୁମାର ଜୟସ୍ବାଲ, ନିର୍ଦ୍ଦେଶକ ତଥା ସିଇଓ ପ୍ରସନ୍ନ କୁମାର ଦାସ, ଜେନେରାଲ ମ୍ୟାନେଜର ସୁଶାନ୍ତ କୁମାର ଦାଶ, ସିଆରଏମ୍ ବନିତା ଦାସ ଓ ସେଲସ ମ୍ୟାନେଜର ଦିଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର