ଭୁବନେଶ୍ବର: ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ସୁନା ଓ ହୀରା ଗହଣାର ଏକ ଆକର୍ଷଣୀୟ କଲେକ୍ସନ ‘ମହାଲୟା’ର ଶୁଭାରମ୍ଭ କରିଛି। ଏହାର ପାରମ୍ପରିକ ଗହଣାର ଆକର୍ଷଣୀୟ ସମ୍ଭାର ଯାହାକି ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଐତିହ୍ୟା ଦ୍ବାରା ଅନୁପ୍ରେରିତ। ମହାଲୟା କଲେକ୍ସନରେ ଗ୍ରାହକମାନେ ଆକର୍ଷଣୀୟ ଡିଜାଇନର ଗହଣା ପାଇପାରିବେ। ଏଥିରେ ନେକଲେସ ସେଟ୍, ପେଣ୍ଡେଣ୍ଟ ସେଟ୍, ମଙ୍ଗଳସୂତ୍ର, ଇୟର ରିଙ୍ଗ, ବ୍ରେସଲେଟ ଏବଂ ଚୁଡ଼ି ଆଦି ରହିଛି। ଏହ ୨୨ କ୍ୟାରେଟ୍ ସୁନା ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣିତ ହୀରାରେ ନିର୍ମାଣ ହୋଇଛି। ନୂତନ କଲେକ୍ସନ ସଂପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କୁହନ୍ତି, ଗତ ୩ ବର୍ଷ ହେଲା ଆମେ ଅନେକଗୁଡ଼ିକ ଆକର୍ଷଣୀୟ କଲେକ୍ସନ ପ୍ରସ୍ତୁତ କରିଆସୁଛୁ। ଚଳିତ ପାର୍ବଣ ଋତୁରେ ଆମର ଷଷ୍ଠ କଲେକ୍ସନ ସହିତ ଏହି ଯାତ୍ରାକୁ ଜାରି ରଖିଥିବାରୁ ଆମେ ଆନନ୍ଦିତ। ନୂତନ ଜୁଏଲାରୀ ସହିତ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୫ ପ୍ରତିଶତ ରିହାତି ପାଇପାରିବେ। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ। ଉକ୍ତ କଲେକ୍ସନ ସ୍ବତନ୍ତ୍ରଭାବେ ସବୁ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ ସୋ’ରୁମ୍ ଏବଂ ସିଲେକ୍ଟ ରେଞ୍ଜ ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ରେ ମିଳିପାରିବ।
ରିଲାଏନ୍ସ ଜୁଏଲ୍ସର ମହାଲୟା କଲେକ୍ସନ
/sambad/media/post_attachments/wp-content/uploads/2022/10/54654fs6h54sf654hf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)