ଭୁବନେଶ୍ବର: ଦେଶର ଦେଢ଼ ଶହ ବର୍ଷର ପୁରୁଣା ମସଲା କମ୍ପାନି ସୁରାନା ସ୍ପାଇସେସ୍ ପ୍ରାଇଭେଟ ଲିମିଟେଡ ଆଜି ଓଡ଼ିଶା ବଜାରରେ ପ୍ରବେଶ କରିଛି। ମହାରାଜା ବ୍ରାଣ୍ଡ୍ରେ ବିଭିନ୍ନ ପ୍ରକାର ମସଲାକୁ ପୂର୍ବରୁ ଅନଲାଇନରେ ଏବଂ ବି-୨-ବି ମାଧ୍ୟମରେ ବିକ୍ରି କରୁଥିବା ସୁରାନା ଏବେ ବିତରକ ଏବଂ ଖୁଚୁରା ବ୍ୟବସାୟୀଙ୍କ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚିବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରୁ କମ୍ପାନି ଏହି ଯାତ୍ରା ଆରମ୍ଭ କରିଛି। ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ହୋଟେଲ ଇଣ୍ଟରନ୍ୟାସନାଲ ପରିସରରେ ଆୟୋଜିତ ଉତ୍ସବରେ କମ୍ପାନିର ସର୍ବ ଭାରତୀୟ ବିକ୍ରି ଓ ବିପଣନ ମୁଖ୍ୟ ଇଂ. ଅବିନାଶ ସାହାଣୀ ଏବଂ ମିଡିଆ ପ୍ଲାନର ଚେତନ ଦୀପ୍ତା ନୂଆ ଉତ୍ପାଦର ବଜାର ପ୍ରବେଶ ଘୋଷଣା କରିଛନ୍ତି। ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଉନ୍ନତମାନର ଶୁଦ୍ଧ ଓ ସ୍ବାଦିଷ୍ଟ ମସଲା କମ୍ପାନି ଯୋଗାଇ ଦେଇ ଗ୍ରାହକଙ୍କ ଆସ୍ଥାଭାଜନ ହୋଇଛି। ଓଡ଼ିଶାରେ ମଧ୍ୟ କମ୍ପାନି ବିଶେଷ ସଫଳତା ହାସଲ କରିବ ବୋଲି ଆଶା ରଖିଛି।
ବିଶ୍ବର ହଳଦୀ ରାଜଧାନୀ ଭାବେ ପରିଚିତ ତାମିଲନାଡ଼ୁର ଏରୋଡ୍ରେ କମ୍ପାନିର ଅତ୍ୟାଧୁନିକ ମସଲା କାରଖାନା ରହିଛି। ପୂର୍ବ ଭାରତରେ କମ୍ପାନିର ବଜାର ବଢ଼ିଲେ ଆଗାମୀ ଦିନରେ ଓଡ଼ିଶାରେ କମ୍ପାନି କାରଖାନା ସ୍ଥାପନ ନେଇ ଯୋଜନା କରିବ ବୋଲି ଇଂ ସାହାଣୀ କହିଛନ୍ତି। ରାଜ୍ୟରେ କମ୍ପାନି ଆଜି ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଞ୍ଜାମ, କନ୍ଧମାଳ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ ଏବଂ ମୟୂରଭଞ୍ଜ ପାଇଁ ବିତରକ ନିଯୁକ୍ତ କରିଛି। ଖୁବଶୀଘ୍ର କମ୍ପାନି ଦେଶର ଦ୍ବିତୀୟ ରାଜ୍ୟଭାବେ ଆସାମରେ ଏହାର ଉତ୍ପାଦକୁ ଉପଲବ୍ଧ କରାଇବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/65sfh465sf465fhfhfhfh.jpg)