ବିଶାଖାପାଟଣା: ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲ ଓ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ପ୍ରଥମ ଥର ପାଇଁ ଏକ ରକ୍ତ ଓ ରକ୍ତ କର୍କଟ ତଥା ବୋନ୍ ମ୍ୟାରୋ ପ୍ରତିରୋପଣ କେନ୍ଦ୍ର ଉଦଘାଟିତ ହୋଇଛି। ଚିନାଗାଦିଲିର ୟୁନିକ୍ ହସ୍ପିଟାଲର ପଞ୍ଚମ ମହଲାରେ ଏହି କେନ୍ଦ୍ର ଖୋଲିଛି। ଏଠାରେ ୪ଟି ଟ୍ରାନ୍ସପ୍ଲାଣ୍ଟ ସୁଟ୍ ରହିଛି। ଏଠାରେ ଅଭିଜ୍ଞ ଓ ତାଲିମପ୍ରାପକ୍ତ ରକ୍ତ ଓ ରକ୍ତ କର୍କଟ ରୋଗ ବିଶେଷଜ୍ଞ ଯଥା ଡାକ୍ତର ବି. ରାକେଶ ରେଡ୍ଡୀ, ଡାକ୍ତର ବି. ଚନ୍ଦ୍ର ଶେଖର, ଡାକ୍ତର ପ୍ରବୀଣ ଭୁନା ଏବଂ ଜି ବେଣୀପ୍ରସନ୍ନ ପ୍ରମୁଖ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ଏଠାରେ ରକ୍ତ କର୍କଟ, ମାଇଲୋମା, ଲିମଫୋମା, ଆପ୍ଲାଷ୍ଟିକ୍ ଆନିମିଆ, ସିକିଲ ସେଲ୍ ଆନିମିଆ, ଥାଲାସମିଆ ଭଳି ରୋଗର ଚିକିତ୍ସା କରାଯାଇ ପାରିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲରେ ଖୋଲିଲା ବୋନ୍ ମ୍ୟାରୋ ପ୍ରତିରୋପଣ ସେଣ୍ଟର
/sambad/media/post_attachments/wp-content/uploads/2019/05/mahatma-gandhi-hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)