ମହିନ୍ଦ୍ରା ଆଣିଲା ନୂଆ ବୋଲେରୋ ପିକ୍‌-ଅପ୍

ଭୁବନେଶ୍ବର: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ଓଡ଼ିଶା ବଜାରରେ ନୂଆ ବୋଲେରୋ ପିକ୍ ଅପ୍‌କୁ ଉନ୍ମୋଚନ କରାଯାଇଛି। ଏହାର ନାମ ହେଉଛି ବେଲେରୋ କ୍ୟାମ୍ପର୍‌ ଗୋଲ୍ଡ ଜେଡ୍ଏକ୍ସ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କଂପାନି ଏହାକୁ ପ୍ରସ୍ତୁତ କରିଛି। ଏହାର ଭିତର ଓ ବାହାର ପାର୍ଶ୍ବ ଆକର୍ଷଣୀୟ ହୋଇଥିବା ବେଳେ ଗାଡ଼ି ଚଲାଇବା ବେଶ ଆରାମଦାୟକ ରହିବ ଓ ଏହାର ରକ୍ଷଣାବେକ୍ଷଣ ଖର୍ଚ ମଧ୍ୟ କମ୍ ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ନୂଆ ପିକ୍ ଅପ୍‌ରେ ନୂଆ ଇନଷ୍ଟ୍ରୁମେଣ୍ଟ୍‌ ପ୍ୟାନେଲ୍‌, ଷ୍ଟାଇଲିସ୍‌ ବଡି ଗ୍ରାଫିକ୍ସ, ସେଣ୍ଟ୍ରାଲ୍‌ ଲକିଂ, ପାୱାର ୱିଣ୍ଡୋ ଭଳି ସୁବିଧା ରହିଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୭୮୪୩୧୩ ଟଙ୍କା ରହିଛି। ନୂଆ ପିକ୍‌ ଅପ୍‌ର ଉନ୍ମୋଚନ ଅବସରରେ କଂପାନିର ଦୁଇ ଅଧିକାରୀ କୌଶଳ କିଶୋର ଓ ଅନୁରାଗ ନିମେଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର