ମହିନ୍ଦ୍ରାର ମେଗା ସର୍ଭିସ କ୍ୟାମ୍ପ ଆଜିଠାରୁ

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ଏହାର ପର୍ସନାଲ ରେଞ୍ଜ ଗାଡ଼ି ଗୁଡ଼ିକ ପାଇଁ ଏକ ମେଗା ସର୍ଭିସ କ୍ୟାମ୍ପ ‘ଏମ୍‌-ପ୍ଲସ୍‌’ ସୋମବାରଠାରୁ ଆରମ୍ଭ ହେବ। ଦେଶରେ ମହିନ୍ଦ୍ରାର ୩୫୦ରୁ ଊର୍ଧ୍ୱ ସ୍ୱୀକୃତିପ୍ରାପ୍ତ ଓ୍ଵାର୍କସପ୍‌ରେ ବୋଲେରୋ, ସ୍କର୍ପିଓ, ଥର୍‌, ଜାଇଲୋ, ନୁଭୋସ୍ପୋର୍ଟ, କ୍ୱାଣ୍ଟୋ, ଭେରିଟୋ, ଭେରିଟୋ ଭାଇବ୍‌, ଲଗାନ୍‌, ଏକ୍ସୟୁଭି ୫୦୦, ଟିୟୁଭି ୩୦୦, କେୟୁଭି ୧୦୦ ଏବଂ ରେକ୍ସଟନ୍‌ ଗ୍ରାହକଙ୍କ ପାଇଁ ଏହି ସର୍ଭିସ କ୍ୟାମ୍ପ ଆୟୋଜନ କରଯାଇଛି। କୁଶଳୀ କାରିଗରମାନଙ୍କ ଦ୍ୱାରା ଗ୍ରାହକମାନେ ଗାଡ଼ି ଗୁଡ଼ିକର ୭୫ ପଏଣ୍ଟ ଯାଞ୍ଚ ମାଗଣା କରାଇପାରିବେ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସର୍ଭିସ କ୍ୟାମ୍ପ୍‌ରେ ଗ୍ରାହକଙ୍କୁ ସ୍ପେୟାରପାର୍ଡ ଓ ଶ୍ରମ ଚାର୍ଜ ଆଦି ଉପରେ ରିହାତି ପ୍ରଦାନର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର