ମହିନ୍ଦ୍ରାର ଭ୍ରାମ୍ୟମାଣ ସୋ’ରୁମ୍ ‘ହାଇ-୫ ଏକ୍ସପ୍ରେସ୍‌’

ଭୁବନେଶ୍ବର: ଓଡ଼ିଶା ଓ ଛତିଶଗଡ଼ର ଗ୍ରାମୀଣ ଗ୍ରାହକଙ୍କ ପାଇଁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ‘ହାଇ-୫ ଏକ୍ସପ୍ରେସ୍‌’ ନାମକ ଭ୍ରାମ୍ୟମାଣ ସୋ’ରୁମ୍ ପ୍ରସ୍ତୁତ କରାଯାଇଛି। ‌ଯେଉଁ ସବୁ ସ୍ଥାନରେ କଂପାନିର ସୋ’ରୁମ୍ ନାହିଁ ସେଠାରେ ଗ୍ରାହକମାନଙ୍କୁ ହାଇ-୫ ଏକ୍ସପ୍ରେସ୍‌ ସୋ’ରୁମ୍ ଅନୁଭୂତି ପ୍ରଦାନ କରୁଛି। ଚଳିତ ମାସ ୨୫ରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ଯାହା ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ସୋ’ରୁମ୍‌ରେ ଗ୍ରାହକମାନେ ଟେଷ୍ଟ୍‌ ଡ୍ରାଇଭ୍ ସୁବିଧା ସହିତ ଆକର୍ଷଣୀୟ ସ୍କିମ୍ ପାଇପାରିବେ ଏବଂ ପୁରସ୍କାର ମଧ୍ୟ ଜିତିପାରିବେ। ସୋ’ରୁମ୍‌ର ସବୁ ସୁବିଧା ଏଠାରେ ମିଳିବ। ନୂଆ ଗାଡ଼ି ବୁକିଙ୍ଗ ଉପରେ ପୁରସ୍କାର ମଧ୍ୟ ଦିଆଯାଉଛି। ଗ୍ରାହକମାନେ ନିଜର ପୁରୁଣା ଗାଡ଼ିକୁ ବଦଳାଇ ମଧ୍ୟ ପାରିବେ।

ସମ୍ବନ୍ଧିତ ଖବର