ମହେଶ ବାବୁ ଡେନ୍‌ଭର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ବର: ତେଲୁଗୁ ସିନେମା ତାରକା ମହେଶ ବାବୁଙ୍କୁ ଡେନ୍‌ଭର୍‌ ପକ୍ଷରୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। କଂପାନିର ବିଭିନ୍ନ ପ୍ରକାର ପ୍ରଚାର ଅଭିଯାନରେ ମହେଶଙ୍କୁ ଦେଖିବାକୁ ମିଳିବ। ଦକ୍ଷିଣ ଭାରତରେ ନିଜ ସ୍ଥିତିକୁ ସୁଦୃଢ଼ କରିବାରେ ମହେଶଙ୍କ ଭାବମୂର୍ତି କଂପାନି ପାଇଁ ବିଶେଷ ସହାୟକ ହେବ। ଜାତୀୟ ସ୍ତରରେ କଂପାନିର ଉତ୍ପାଦର ପ୍ରଚାର କରୁଛନ୍ତି ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍।

ସମ୍ବନ୍ଧିତ ଖବର