ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ନୂଆ ଏସ୍ୟୁଭି ମାରାଜୋକୁ ଫୁଲନଖରାଠାରେ ଥିବା ଆଦିତ୍ୟ ମୋଟର୍ସରେ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଅବସରରେ ଆଦିତ୍ୟ ମୋଟର୍ସର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର, କଂପାନିର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ସୌରଭ ତ୍ରିପାଠୀ ଓ ଆଦିତ୍ୟ ମୋଟର୍ସର ମହାପ୍ରବନ୍ଧକ ମନୋଜ କୁମାର ରଥ ଉପସ୍ଥିତ ଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମହିନ୍ଦ୍ରା ଫାଇନାନ୍ସ, ଏଚ୍ଡିଏଫ୍ସି ଫାଇନାନ୍ସ ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ସାର୍କ ଦ୍ୱାରା ଅନୁପ୍ରାଣିତ ମାରାଜୋର ଡିଜାଇନ୍କୁ ଇଟାଲିର ପିନ୍ଇନ୍ଫାରିନା ଓ ମୁମ୍ବାଇର ମହିନ୍ଦ୍ରା ଡିଜାଇନ୍ ଷ୍ଟୁଡିଓ ତରଫରୁ ପ୍ରସ୍ତୁତ କରାଯାଇଛି। ଏଥିରେ ବେଶ ଆରାମରେ ୭-୮ ଜଣ ବ୍ୟକ୍ତି ଯାତ୍ରା କରିପାରିବେ। ନିରାପତ୍ତା ବ୍ୟବସ୍ଥା ଭାବେ ଏହାର ସମସ୍ତ ଚାରି ଚକରେ ଡିସ୍କ ବ୍ରେକ୍, ଡୁଆଲ୍ ଏୟାରବ୍ୟାଗ୍, ଏମର୍ଜେନ୍ସି କଲ୍, ଏବିଏସ୍ ଓ ଆଇସୋଫିକ୍ସ ଚାଇଲ୍ଡ ସିଟ୍ ମାଉଣ୍ଟ୍ ଭଳି ବ୍ୟବସ୍ଥା ରହିଛି। ଏହା ଚାରିଟି ଭାରିଆଣ୍ଟ୍ ଓ ୬ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି।