ଏୟାର ଇଣ୍ଡିଆର ପୁରୁଣା ଲାଉଞ୍ଜ ଖୋଲିବାକୁ କହିଲେ ମହିନ୍ଦ୍ରା

ମୁମ୍ବାଇ: ଟାଟା କମ୍ପାନି ଦ୍ବାରା ଆରମ୍ଭ ହୋଇଥିବା ଏୟାର ଇଣ୍ଡିଆ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣି ଟାଟା ମାଲିକାନାକୁ ଚଳିତବର୍ଷ ଜାନୁଆରି ୨୭ ତାରିଖରେ ଆସିଛି। ଏଭଳି ସ୍ଥିତିରେ ଦେଶର ଅନ୍ୟତମ ପ୍ରମୁଖ ଉଦ୍ୟୋଗପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ଟ୍ବିଟ୍ କରିଛନ୍ତି। ସେହି ଟ୍ବିଟରେ ସେ ୧୯୪୯ ମସିହାରେ ଶାନ୍ତା କ୍ରୁଜ୍ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଥିବା ପାସେଞ୍ଜର ଲାଉଞ୍ଜର ଫଟୋ ଆଟାଚ୍ କରିଛନ୍ତି। ସେହି ଲାଉଞ୍ଜକୁ ପୁଣି ଥରେ ଆରମ୍ଭ କରିବା ପାଇଁ ମହିନ୍ଦ୍ରା କହିଛନ୍ତି। ଟ୍ବିଟ୍ରେ ମହିନ୍ଦ୍ରା ଲେଖିଛନ୍ତି ସେତେବେଳେ କି ସମୟ ଥିଲା! ବିମାନ ଯାତ୍ରା ପାଇଁ କେହି ହଡବଡ଼ ହେଉ ନଥିଲେ, ବରଂ ଶାନ୍ତିରେ ଯାତ୍ରା ହେଉଥିଲା। ମୁମ୍ବାଇ ବିମାନ ବନ୍ଦରର କୌଣସି ଏକ ସ୍ଥାନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ଭାବେ ସେହି ପ୍ରିୟ ଲାଉଞ୍ଜ ଟାଟା ଗ୍ରୁପ୍ ଖୋଲିବାକୁ ମହିନ୍ଦ୍ରା କହିଛନ୍ତି।

ସମ୍ବନ୍ଧିତ ଖବର