ଖୁବ ଶୀଘ୍ର ବଜାରକୁ ଆସୁଛି ମହିନ୍ଦ୍ରା ‘ଆଟମ୍’

ମୁମ୍ବାଇ: ମହିନ୍ଦ୍ରା ଏବଂ ମହିନ୍ଦ୍ରା ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଚାରି ଚକିଆ ଗାଡି ଲଞ୍ଚ କରିବାକୁ ଯାଉଛି |  ଲଞ୍ଚ ହେବାକୁ ଥିବା ଗାଡି ‘ଆଟମ’ର ଏକ ଟିଜର ଭିଡିଓ ଜାରି କରାଯାଇଛି । ଏହି ଭିଡିଓ ମାଧ୍ୟମରେ କମ୍ପାନୀ ଏହାର ଆଗାମୀ ୪ ସିଟ୍ ବିଶିଷ୍ଟ ଯାନର ଅନେକ ବୈଶିଷ୍ଟ୍ୟ ବାବଦରେ ସୂଚନା ଦେଇଛି | କମ୍ପାନୀର କହିବାନୁସାରେ, ଆଟମରେ ଅଧିକ ସ୍ଥାନ ମିଳିବ |

ଏହା ସହିତ, ଏହି ବୈଦ୍ୟୁତିକ ଯାନରେ ସାମଗ୍ରୀ ଲୋଡ୍ କରିବା ଅତି ସହଜ ହେବ | ଆଟମ ରେ ୧୫କିଲୋୱାଟର ଇଲେକ୍ଟ୍ରିକ୍ ମୋଟର ଏବଂ ଲିଥିୟମ୍ ଆୟନ ବ୍ୟାଟେରୀ ଦିଆଯାଇଥିବାବେଳେ ଏହାର ସର୍ବାଧିକ ଗତି ୬୦ କିଲୋମିଟର ରହିବ | ଏହି ବୈଦ୍ୟୁତିକ ଯାନର ସର୍ବାଧିକ ୭୫ କିଲୋମିଟର ଯାଏଁ ଯାଇପାରିବ | ପ୍ରାୟ ଚାରି ଘଣ୍ଟା ମଧ୍ୟରେ ଏହା ପୂର୍ଣ୍ଣ ଚାର୍ଜ ହୋଇପାରିବ |


ଏହି ଗାଡି କିଛି ଆକର୍ଷଣୀୟ ଡିଜାଇନ୍ଉରେ ମାର୍କେଟକୁ ଆସିବ | ଯେଉଁଥିରେ କ୍ଲିନ୍-ଲେନ୍ସ ହେଡଲ୍ୟାମ୍ପ, ଆଗ ଏବଂ ପଛ ବମ୍ପରରେ ପ୍ରତିଫଳକ ଷ୍ଟ୍ରିପ୍, ବୋଲ୍ଡ ସାଇଡ୍ କ୍ରିଜ୍ ଏବଂ ଟ୍ରିପଲ୍-ପୋଡ୍ ଟେଲ୍ ଲ୍ୟାମ୍ପ ଅନ୍ତର୍ଭୁକ୍ତ ରହିଛି | ଗାଡ଼ିରେ ଦୁଇଟି ଦ୍ୱାର ଥିବାବେଳେ ଚାଳକ ବ୍ୟତୀତ  ତିନିଜଣ ବସିପାରିବେ |

ସମ୍ବନ୍ଧିତ ଖବର