ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ମହିନ୍ଦ୍ରା ଇଲେକ୍ଟ୍ରିକ୍ ‌ଗାଡ଼ି ହସ୍ତାନ୍ତର

ଭୁବନେଶ୍ବର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କୁ ମହିଳା ଇଲେକ୍ଟ୍ରିକ୍‌ର ୩୨ଟି ଟ୍ରିଓ ଅଟୋ ହସ୍ତାନ୍ତର କରାଯାଇଛି। ପରିବହନ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ନେଇ ରାଜ୍ୟ ସରକାର ଓ ମିଶନ ଶକ୍ତି ପକ୍ଷରୁ ଏହି ଅଭିଯାନ ହାତକୁ ନିଆଯାଇଛି। ହିତାଧିକାରୀମାନଙ୍କୁ ପାଞ୍ଚ ବର୍ଷିଆ ସହଜ କିସ୍ତି ସ୍କିମ୍‌ରେ ଗାଡ଼ି ଦିଆଯାଇଛି ଯେଉଁଥି ପାଇଁ ରାଜ୍ୟ ସରକାର ପାଣ୍ଠି ପ୍ରଦାନ କରିଛନ୍ତି। ମହିନ୍ଦ୍ରାର ଚ୍ୟାନେଲ୍‌ ପାର୍ଟନର୍ କଟକର ଓରିକନ୍ ଇକ୍ବିପ୍‌ମେଣ୍ଟ୍‌ ଓ ଭୁବନେଶ୍ବରର ଉତ୍କଳ ଅଟୋ ହିତାଧିକାରୀମାନଙ୍କୁ ଗାଡ଼ି ଯୋଗାଇ ଦେଇଛନ୍ତି। ଗାଡ଼ି ହସ୍ତାନ୍ତର ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ଜିଲ୍ଲାପାଳ ଅମ୍ରିତ ରୋୟିରାଜ, ଉପ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସେନାପତି ଓ ମହିନ୍ଦ୍ରାର ଜୋନାଲ୍ ମୁଖ୍ୟ (ପୂର୍ବ-ବିକ୍ରି) ତ୍ରିଭୂବନ ଦୁବେ, କ୍ଲ‌ଷ୍ଟର ବିଜନେସ୍ ମ୍ୟାନେଜର (ଓଡ଼ିଶା) ଦୀପକ ଓକ୍‌ଟେ, ଜୋନାଲ୍ ମୁଖ୍ୟ (ଇଷ୍ଟ-ସର୍ଭିସ୍) ନବୀନ ଶର୍ମା, ଏରିଆ ସେଲ୍‌ସ ମ୍ୟାନେଜର ପ୍ରବୀଣ ପାଣ୍ଡେ ଓ ଏରିଆ ସର୍ଭିସ୍ ମ୍ୟାନେଜର ବିବେକ ଶୁକ୍ଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର