ଛକାନ : ମହିନ୍ଦ୍ରା ଗ୍ରୁପର ଟ୍ରକ୍ ଓ ବସ ଡ଼ିଭିଜନ ପକ୍ଷରୁ ମଧ୍ୟମ ଧରଣର ନୂଆ ବ୍ୟବସାୟିକ ଯାନ ’ଫୁରିଓ’ ବଜାରକୁ ଛଡ଼ାଯାଇଛି । ଏହାଫଳରେ କଂପାନୀ ମଧ୍ୟମ ଧରଣର ଯାନ ପ୍ରସ୍ତୁତି କ୍ଷେତ୍ରରେ ପ୍ରବେଶ କରିବା ସହ ଏକ ପୂର୍ଣ୍ଣାଙ୍ଗ ଯାନ ପ୍ରସ୍ତୁତକାରୀ କଂପାନୀର ମାନ୍ୟତା ଲାଭ କରିପାରିଛି । ଏହି ଯାନ ପ୍ରସ୍ତୁତି ପାଇଁ କଂପାନୀର ୫୦୦ ଇଂଜିନିୟର ନିରନ୍ତର ଉଦ୍ୟମ କରିବା ସହ ପ୍ରାୟ ୧୮୦ ଯୋଗାଣକାରୀ କାର୍ଯ୍ୟ କରିଥିଲେ । ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଡ଼କ୍ଟର ପବନ ଗୋଏଙ୍କା ଏହି ଅବସରରେ କହିଛନ୍ତି ଯେ, ଫୁରିଓର ବଜାର ପ୍ରବେଶ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ମଧ୍ୟମ କିସମ ଯାନ ଜରିଆରେ ଆମେ ଏକ ପୂର୍ଣ୍ଣାଙ୍ଗ ବ୍ୟବସାୟିକ ଯାନ ପ୍ରସ୍ତୁତକାରୀ କଂପାନୀରେ ପରିଣତ ହୋଇପାରିଛୁ । ଫୁରିଓ ବଜାରରେ ଏକ ନୂଆ ଧାରା ସୃଷ୍ଟି କରିପାରିବ ବୋଲି ସେ ଆଶା କରିଛ‘ି । ଏହି ନୂଆ ଟ୍ରକ ନିରାପଦ ଓ ଆରାମଦାୟକ ।
ମହିନ୍ଦ୍ରା ଟ୍ରକ ଓ ବସର ସିଇଓ ବିନୋଦ ସହାୟ କହିଛନ୍ତି, ଭଲ ଆୟ ଦେଇପାରୁଥିବା ଓ କମ୍ ବ୍ୟୟ ହେଉଥିବା ଗାଡ଼ି ଅପେକ୍ଷାରେ ଭାରତୀୟ ରହି ଆସିଥିଲେ । ଫୁରିଓ ଏହି ଆବଶ୍ୟକତାକୁ ପୂରଣ କରିପାରିବ ।