ମହିନ୍ଦ୍ରା ଲଞ୍ଚ୍‌ କଲା ଟିୟୁଭି ୩୦୦, ମୂଲ୍ୟ ୯.୪୭ ଲକ୍ଷ ଟଙ୍କା

ଭୁବନେଶ୍ୱର :ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ (ଏମ୍‌ଆଣ୍ଡ୍‌ଏମ୍‌) ପକ୍ଷରୁ ଆଜି ଟିୟୁଭି ୩୦୦ ପ୍ଲସ୍‌ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି । ଅଧିକ ସ୍ଥାନ ଥିବା ଇଣ୍ଟେରିୟର ଓ ଆରାମଦାୟକ ଗାଡ଼ିଚାଳନା ଅନୁଭୂତି ସହିତ ଏକ ପ୍ରିମିୟମ୍‌ ଓ ଶକ୍ତ ସମ୍ପୂର୍ଣ୍ଣ ବିଶ୍ୱାସୀ ଏସ୍‌ୟୁଭି ଜରିଆରେ ନିଜ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହାକୁ ଉନ୍ମୋଚନ କରାଯାଇଛି।
୯.୪୭ ଲକ୍ଷ ଟଙ୍କା (ଏକ୍ସ ସୋରୁମ୍‌, ମୁମ୍ବାଇ) ସହିତ ଟିୟୁଭି ୩୦୦ ପ୍ଲସ୍‌ ଭାରତୀୟ ଅଟୋ ଶିଳ୍ପରେ ୧୦ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟରେ ଏକ ସମସାମୟିକ, ଶକ୍ତିଶାଳୀ ଓ ନମନୀୟ ୯-ସିଟର ବାସ୍ତବ-ଅତି ବିଶ୍ୱାସୀର ଅଭାବକୁ ପୂରଣ କରିବ। ଟିୟୁଭି୩୦୦ ପ୍ଲସ୍‌ରେ ରହିଛି ପ୍ରମାଣିତ ହୋଇଥିବା ୨.୨ ଲିଟର ଏମହକ୍‌ ଇଂଜିନ ଯାହା ୮୮ କେଡବ୍‌ଲ୍ୟୁ (୧୨୦ ବିଏଚ୍‌ପି) ଶକ୍ତି ପ୍ରଦାନ କରିବ। ଏହା ୬-ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌ ସହିତ ଆସୁଛି ଯାହା ରାଜପଥରେ ଗାଡ଼ିଚାଳନାରେ ଅନୁଭୂତିରେ ଉନ୍ନତି ଆଣିବ। ଏହା ଷ୍ଟାଇଲିସ୍‌ ଓ ଶକ୍ତିଶାଳୀ ବିନ୍ୟାସ ସହିତ ଶକ୍ତ ଡିଜାଇନ୍‌ ଓ ସମ୍ପୂର୍ଣ୍ଣ ବିଶ୍ୱାସୀ ଏସ୍‌ୟୁଭିର ସ୍ୱରୂପ ପ୍ରଦାନ କରିବ। ଏହାର ଇଣ୍ଟେରିୟରକୁ ଇଟାଲିଆନ୍‌ ଡିଜାଇନ୍‌ ହାଉସ୍‌, ପିନିଫାରିନା ଦ୍ୱାରା ଡିଜାଇନ୍‌ କରାଯାଇଛି ଓ ଫକ୍ସ ଚମଡ଼ା ସିଟ୍‌ ଟିୟୁଭି ୩୦୦ ପ୍ଲସ୍‌କୁ ଏକ ପ୍ରିମିୟମ୍‌ ଅନୁଭୂତି ପ୍ରଦାନ କରିବ। ଏହା ୧୭.୮ ସେମି ଟଚସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ ସହିତ ଜିପିଏସ୍‌ ନାଭିଗେସନ୍‌, ଇକୋ ମୋଡ୍‌, ହାଇବ୍ରିଡ୍‌ ପ୍ରଯୁକ୍ତି ଭଳି ଅନେକ ହାଇ-ଟେକ୍‌ ବୈଶିଷ୍ଟ୍ୟ ପ୍ରଦାନ କରୁଛି।
ଗ୍ରାହକମାନେ ୫ଟି ଆକର୍ଷଣୀୟ ରଙ୍ଗ ଯଥା ମାଜେଷ୍ଟିକ୍‌ ସିଲଭର, ଗ୍ଲାସିୟର ହ୍ଵାଇଟ୍‌, ବୋଲ୍‌ଡ ବ୍ଲାକ୍‌, ଡାଇନାମୋ ରେଡ୍‌ ଓ ମୋଲ୍‌ଟେନ୍‌ ଅେଞେ୍‌ଞ୍ଜ ଓ ତିନିଟି ଭାରିଞଣ୍ଟ-ପି୪, ପି୬ ଓ ପି୮ରୁ ଚୟନ କରିବାର ସୁବିଧା ପାଇବେ।

ସମ୍ବନ୍ଧିତ ଖବର