ମୁମ୍ବାଇ/ଭୁବନେଶ୍ୱର,: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ଏହାର ଏସ୍ୟୁଭି ଟିୟୁଭି ୩୦୦ର ‘ଟି୧୦’ ଭାରିଆଣ୍ଟର ଉନ୍ମୋଚନ କରାଯାଇଛି। ମୁମ୍ବାଇରେ ଏହାର ଏକ୍ସସୋରୁମ୍ ମୂଲ୍ୟ ୯ ଲକ୍ଷ ୬୬ ହଜାର ଟଙ୍କା ରହିଛଇ। ଏଥିରେ କମ୍ପାନି ଅନେକ ପ୍ରିମିୟମ୍ ଏବଂ ହାଇଟେକ୍ ବୈଶିଷ୍ଟ୍ୟ ଖଞ୍ଜିଛି। ସର୍ବଭାରତୀୟ ସ୍ତରରେ କମ୍ପାନିର ସ୍ୱୀକୃତିପ୍ରାପ୍ତ ଡିଲରସିପ୍ ଗୁଡ଼ିକରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ଟିୟୁଭି୩୦୦ରେ ୭ ଇଞ୍ଚର ରଙ୍ଗିନ ଟଚ୍ସ୍କି୍ରିନ୍ ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ୍ ରହିଛି। ଏଥିସହିତ ନୂଆ ପର୍ଲ ହ୍ଵାଇଟ୍ ରଙ୍ଗ ଟିୟୁଭି ୩୦୦କୁ ଏକ ପ୍ରିମିୟମ୍ ଏବଂ ବିଳାସପୂର୍ଣ୍ଣ ଲୁକ୍ ମଧ୍ୟ ପ୍ରଦାନ କରୁଛି। ଏସ୍ୟୁଭିର ବାହାରପାର୍ଶ୍ୱରେ ମଧ୍ୟ କମ୍ପାନି କେତେକ ନୂଆ ବୈଶିଷ୍ଟ୍ୟ ସାମିଲ କରିଛି।
ଏହି ପରିପ୍ରେକ୍ଷୀରେ କମ୍ାପନିର ବିକ୍ରି ଓ ବିପଣନ ମୁଖ୍ୟ ବିଜୟ ରାମ ନାକ୍ରା କୁହନ୍ତି, ଟିୟୁଭି ୩୦୦ର ଟି୧୦ ଭାରିଆଣ୍ଟଟି ବିଶେଷକରି ଅନୁଭବୀ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ ହୋଇଛି। ଟିୟୁଭି ୩୦୦ ପୂର୍ବରୁ ୬୦ ହଜାର ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିପାରିଛି। ଟି୧୦ ଭାରିଆଣ୍ଟଟି ଟିୟୁଭି୩୦୦କୁ ଆହୁରି ଆକର୍ଷଣୀୟ କରିବା ସହିତ ଗ୍ରାହକଙ୍କ ଅଭିଳାଷ ପୂରଣ କରିବ।
ଭୁବନେଶ୍ୱରରେ ନୂଆ ଟିୟୁଭି ୩୦୦କୁ ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ୍ସେଙ୍କ ସହିତ କମ୍ପାନିର ଡିଲର ପ୍ରିନ୍ସିପାଲ ଉତ୍କଳ ଅଟୋମୋବାଇଲସ, ଆଦିତ୍ୟ ମୋଟର୍ସ ଓ ମିଡ୍େଓ୍ଵ ମୋଟର୍ସ ଉନ୍ମୋଚନ କରିଛନ୍ତି।
ମହିନ୍ଦ୍ରାର ନୂଆ ‘ଟିୟୁଭି ୩୦୦ ଟି୧୦’
/sambad/media/post_attachments/wp-content/uploads/2017/10/mahindra.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp