ଅଟୋ ଏକ୍ସପୋରେ ମହିନ୍ଦ୍ରାର ନୂଆ ଗାଡ଼ି

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ବିଭିନ୍ନ ପ୍ରକାରର ଇଲେକ୍‌ଟ୍ରିକ୍ ଯାନ, ଭବିଷ୍ୟତରେ ଆସିବାକୁ ଥିବା ଯାନର ପରିକଳ୍ପନା ମଡେଲ୍ ଓ ନୂତନ ମଡେଲ୍‌ଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। କଂପାନି ପକ୍ଷରୁ ଫନଷ୍ଟର୍‌ ନାମକ ଏକ ଇଲେକ୍‌ଟ୍ରିକ୍ ଯାନର ପରିକଳ୍ପନା ମଡେଲ୍‌କୁ ଉପସ୍ଥାପନ କରାଯାଇଛି ଯାହା କନଭର୍ଟିବଲ୍। ସହରାଞ୍ଚଳ ଗମନାଗମନ ପାଇଁ ଆଟମ୍ ନାମକ ଇଲେକ୍ଟ୍ରିକ୍ ଯାନ ଅଣାଯାଇଛି। ଏଥି ସହିତ ଇ-ଏକ୍ସୟୁଭି ୩୦୦ ଓ ଇ-କେୟୁଭି ୧୦୦ର ଇଲେକ୍ଟ୍ରିକ୍ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ସେହି ସମୟରେ ଲିଥିଅମ୍ ଆୟନ ବ୍ୟାଟେରି ପରିଚାଳିତ ତିନି ଚକିଆ ଯାନ ଟ୍ରିଓ, ବିଏସ୍‌-୬ ଇଞ୍ଜିନ ଏମ୍‌ ଷ୍ଟାଲିଅନ୍ ଓ ଗାଡ଼ି ରିସାଇକ୍ଲିଂ ପାଇଁ ନୂଆ ବର୍ଗ ମହିନ୍ଦ୍ରା ଏମ୍ଏସ୍‌ଟିସି ରିସାଇକ୍ଲିଂ ପ୍ରାଇଭେଟ୍ ଲିମିଟେଡ୍‌କୁ ଉପସ୍ଥାପନ କରାଯାଇଛି। ଏହି ଅବସରରେ କଂପାନିର ଏମ୍‌ଡି ଡକ୍ଟର ପୱନ ଗୋଏଙ୍କା ଓ ସଭାପତି ରାଜନ ୱାଧେରା ଉପସ୍ଥିତ ଥିଲେ। ଏକ୍ସପୋରେ ମହିନ୍ଦ୍ରାର ଷ୍ଟଲ୍‌ ଏନ୍‌୨ର ହଲ୍‌ ୧୦ରେ ରହିଛି।

ସମ୍ବନ୍ଧିତ ଖବର