ଭୁବନେଶ୍ବର: ଆଦିତ୍ୟ ମୋଟର୍ସର ଅତ୍ୟାଧୁନିକ ସୋ’ରୁମ୍‌ରେ ମହିନ୍ଦ୍ରା ଥାର୍‌ ରକ୍ସକୁ ଉନ୍ମୋଚନ କରାଯାଇଛି। ଆଦିତ୍ୟ ମୋଟର୍ସର ଏମ୍‌ଡି ଆଦିତ୍ୟ ପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ହାସ୍ୟ ଅଭିନେତା ଗୁଡୁ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ସୁମିତ ଅରୋରାଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ୧୦୦ରୁ ଅଧିକ ଅତିଥି ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମହିନ୍ଦ୍ରା ଥାର୍‌ ରକ୍ସର ଅତ୍ୟାଧୁନିକ ପ୍ରଯୁକ୍ତି ଓ ସୁବିଧାସୁଯୋଗଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା ଯାହା ଏସ୍‌ୟୁଭି ବଜାରରେ ବିପ୍ଳବ ଆଣିବ।

Advertisment

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିପୁଳ ସଂଖ୍ୟାର ଗ୍ରାହକ ମହିନ୍ଦ୍ରା ବ୍ରାଣ୍ଡ୍‌ ପ୍ରତି ସେମାନଙ୍କ ବିଶ୍ବାସ ଓ ଉତ୍ସାହକୁ ଦର୍ଶାଉଛି। ଗ୍ରାହକମାନେ ଆଦିତ୍ୟ ମୋଟର୍ସରେ ଅକ୍ଟୋବର ୩ରୁ ଏହାର ବୁକିଂ କରିପାରିବେ। ଏହି ଅବସରରେ ଡିଲର୍‌ ପ୍ରିନ୍‌ସିପାଲ୍ ଆଦିତ୍ୟ ମୋଟର୍ସ ପକ୍ଷରୁ କୁହାଯାଇଛି ଯେ ଏହି ଉନ୍ମୋଚନ ସମାରୋହ ଆୟୋଜନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ଗ୍ରାହକମାନଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିଛି। ଏହା ଏକ ଚମତ୍କାର ଉତ୍ପାଦ ଏବଂ ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ଆମେ ଚାହିରହିଛୁ।