୧ କୋଟି ୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ମହିନ୍ଦ୍ରାର ଏହି ୧୧ ଲକ୍ଷ ଟଙ୍କିଆ ଗାଡ଼ି

ମୁମ୍ବାଇ: ଶେଷରେ ୧ କୋଟି ୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ମହିନ୍ଦ୍ରା ଥର ନମ୍ବର ୧ | ଦିଲ୍ଲୀର ଆକାଶ ମୀଣ୍ଡା ୧.୧୧ କୋଟି ଟଙ୍କା ନିଲାମ ରାଶି ଡାକି ଏହି ଗାଡ଼ିଟିକୁ ଜିତିଛନ୍ତି | ବାସ୍ତବରେ ମହିନ୍ଦ୍ରା କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଜାରି କରି ଥର ର ପ୍ରଥମ ମଡେଲର ନିଲାମ ବିଷୟରେ ସୂଚନା ଦେଇଥିଲା । ସେହି ସମୟରେ କମ୍ପାନୀ କହିଥିଲା ​​ଯେ ପ୍ରଥମ ଗାଡିର ନିଲାମରେ ଯାହା ଅର୍ଥ ମିଳିବ, ତାହା ଚାରିଟେବୁଲ୍ କାମ ପାଇଁ ଦାନ କରାଯିବ | ଥର ନମ୍ବର ୧ ର ନିଲାମ ସେପ୍ଟେମ୍ବର ୨୪ ରୁ ଆରମ୍ଭ ହୋଇଥିଲା |

ଏହି ନିଲାମ ପୂର୍ବରୁ ୨୭ ସେପ୍ଟେମ୍ବରରେ ଶେଷ ହେବାର ଥିଲା, କିନ୍ତୁ ପରେ କମ୍ପାନୀ ଏହାକୁ ୨୯ ସେପ୍ଟେମ୍ବର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା | ଆଉ ଗତକାଲି ଏହି ନିଲାମରେ ୧ କୋଟି ୧୧ ଲକ୍ଷ ତାଙ୍କର ନିଲାମ ଡାକି ଆକାଶ ପ୍ରଥମ ଥର କୁ ଜିତିଛନ୍ତି | ବର୍ତ୍ତମାନ ମହିନ୍ଦ୍ରା ତରଫରୁ ସମାନ ମୂଲ୍ୟ ଅର୍ଥାତ ୧ କୋଟି ୧୧ ଲକ୍ଷ ଟଙ୍କା ସହ ନିଲାମ ଅର୍ଥ ରାଶି ମିଶାଇ(୨.୨୨କୋଟି) ଟଙ୍କା ପିଏମ୍ କେୟାରସ୍ ଫଣ୍ଡକୁ ଦାନ କରିବ |


ପିଏମ କେୟାର୍ସ ଫଣ୍ଡ ଛଡା ସାମାଜିକ ଅନୁଷ୍ଠାନ ନନ୍ଦୀ ଫାଉଣ୍ଡେସନ, ସ୍ବଦେଶ ଫାଉଣ୍ଡେସନକୁ ମଧ୍ୟ ଅର୍ଥରାଶି ଦିଆଯିବ | ମହିନ୍ଦ୍ରାର ଏହି ବିଡରେ ଭାଗ ନେବାକୁ ପ୍ରାୟ ୫୫୦୦ ଲୋକ ପଞ୍ଜୀକୃତ କରିଥିଲେ । ସୂଚନା ଥାଉ କି ମହିନ୍ଦ୍ରା ଥରର ପ୍ରକୃତ ମୂଲ୍ୟ ୧୦ ଲକ୍ଷରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ରହିଥାଏ | ମହିନ୍ଦ୍ରା ଥର୍ ୨୦୨୦ ଭାରତରେ ୨ ଅକ୍ଟୋବରରେ ଲଞ୍ଚ ହେବ |

ସମ୍ବନ୍ଧିତ ଖବର