ଇଲେକ୍ଟ୍ରିକ୍‌ ଯାନ ବ୍ୟବସାୟରେ ୩ ହଜାର କୋଟି ନିବେଶ କରିବ ମହିନ୍ଦ୍ରା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ବ୍ୟବସାୟରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଆସନ୍ତା ୩ ବର୍ଷ ମଧ୍ୟରେ ୩୦୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅନିଶ ଶାହ ଏହି ସୂଚନା ଦେଇଛନ୍ତି। କମ୍ପାନି ପୂର୍ବରୁ କହିଥିଲା ଯେ, ପାଞ୍ଚ ବର୍ଷ ମଧ୍ୟରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏହାର ଅଟୋ ଏବଂ ଫାର୍ମ ସେକ୍ଟରରେ ୯୦୦୦ କୋଟି ଟଙ୍କା ନିବେଶ କରିବ।

୨୦୨୫ ମସିହା ସୁଦ୍ଧା ଭାରତୀୟ ରାସ୍ତାରେ କମ୍ପାନିକୁ ୫ ଲକ୍ଷ ବିଦ୍ୟୁତ୍ ଯାନ ଆଣିବା ଯୋଜନା ରଖିଛି। ଏଥିପାଇଁ ବିଦ୍ୟୁତ୍ ଯାନ ବ୍ୟବସାୟରେ କମ୍ପାନି ପୂର୍ବରୁ ୧୭୦୦ କୋଟି ଟଙ୍ କା ନିବେଶ କରିସାରିଛି। ଏଥିସହିତ ନୂଆ ଗବେଷଣା ଏବଂ ବିକାଶ କେନ୍ଦ୍ର ପାଇଁ ମଧ୍ୟ ୫୦୦ କୋଟି ନିବେଶ କରିଛି। କମ୍ପାନି ପୂର୍ବରୁ ଏହା ଇଲେକ୍ଟ୍ରିକ୍ ପ୍ରଯୁକ୍ତି ପ୍ଲାଣ୍ଟ୍ ବେଙ୍ଗାଲୁରୁଠାରେ ବସାଇ ସାରିଛି। ସେଠାରୁ ବ୍ୟାଟେରି ପ୍ୟାକ୍, ପାୱାର ଇଲେକ୍‌ଟ୍ରୋନିକ୍ସ ଏବଂ ମୋଟର ଉତ୍ପାଦନ ହେଉଛି। ଏଥିସହିତ କମ୍ପାନି ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ପାଇଁ ଚକଣଠାରେ ଏକ ନୂଆ ପ୍ଲାଣ୍ଟ୍‌ରେ ନିବେଶ ମଧ୍ୟ କରିଛି।

ସମ୍ବନ୍ଧିତ ଖବର