ମହିନ୍ଦ୍ରାର ନୂଆ ‘ବୋଲେରୋ ନିଓ’

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ନୂଆ ବୋଲେରୋ ନିଓକୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ‌ସୋ’ରୁମ୍ ଦାମ୍ ୮.୪୮ ଲକ୍ଷ ଟଙ୍କା ରଖାଯାଇଛି। ସ୍କର୍ପିଓ ଓ ଥର୍‌ରେ କଂପାନି ବ୍ୟବହାର କରିଥିବା ତୃତୀୟ ପିଢ଼ିର ଚେଚିସ୍‌କୁ ଏଥିରେ ବ୍ୟବହାର କରିଛି। ସାତ ସିଟ୍ ବିଶିଷ୍ଟ ବୋ‌ଲେରୋ ନିଓ ତିନିଟି ଭାରିଆଣ୍ଟ୍‌ ଓ ସାତ ପ୍ରକାର ରଙ୍ଗରେ ଉପଲବ୍ଧ ହୋଇଛି। ଆଜିଠାରୁ ଏହା କଂପାନିର ଡିଲର୍‌ସିପ୍‌ଗୁଡ଼ିକରେ ମିଳିବ। କଂପାନି ଉଭୟ ଆଗରୁ ଥିବା ବୋଲୋରୋ ମଡେଲ୍ ଓ ବୋଲେରୋ ନିଓକୁ ବିକ୍ରି କରିବ। ବୋଲେରୋ ନିଓରେ କଂପାନି ମହିନ୍ଦ୍ରା ଏମ୍‌ହକ୍ ଇଞ୍ଜିନ ବ୍ୟବହାର କରିଥିବା ବେଳେ ଏହାର ଭିତର ଓ ବାହ୍ୟ ପାର୍ଶ୍ବକୁ ଆକର୍ଷଣୀୟ କରିଛି। ଇଟାଲିର ଏକ ସଂସ୍ଥା ଗାଡ଼ିର ଭିତର ପାର୍ଶ୍ବର ଡିଜାଇନ୍ କରିଛି। ଏକ ଆଧୁନିକ ଏସ୍‌ୟୁଭି ଭଳି ଏଥିରେ ୭ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍ ସହିତ ଅନେକ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି। ନୂଆ ପିଢ଼ିର ଗ୍ରାହକମାନଙ୍କୁ ନଜରରେ ରଖି କଂପାନି ଏହାକୁ ବିକଶିତ କରିଛି।

ସମ୍ବନ୍ଧିତ ଖବର