ମହିନ୍ଦ୍ରାର ନୂଆ ‘ଇ ଆଲ୍‌ଫା କାର୍ଗୋ’

ଭୁବନେଶ୍ବର: ମହିନ୍ଦ୍ରା ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ଇ ଆଲ୍‌ଫା କାର୍ଗୋକୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୧.୪୪ ଲକ୍ଷ ଟଙ୍କା ରହିଛି। ଡିଜେଲ୍ କାର୍ଗୋ ତୁଳନାରେ ଗ୍ରାହକମାନେ ଏଥିରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହି ଯାନ ସମ୍ପର୍କରେ କଂପାନିର ସିଇଓ ସୁମନ ମିଶ୍ର କହିଛନ୍ତି ଯେ ପରିଚାଳନା ଖର୍ଚ୍ଚ କମ୍ ରହୁଥିବାରୁ ଦୂରଦୂରାନ୍ତ ଡେଲିଭରି କ୍ଷେତ୍ରରେ ଇଲେକ୍ଟ୍ରିକ୍ ତିନି ଚକିଆ ଯାନର ଗ୍ରହଣୀୟତା ବଢ଼ୁଛି। ଏହି ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଇ ଆଲ୍‌ଫା କାର୍ଗୋକୁ ଉନ୍ମୋଚନ କରିଛୁ ଯାହା ଏକ ନିରନ୍ତର ଓ ପ୍ରଦୂଷଣ ମୁକ୍ତ ସମାଧାନ ପ୍ରଦାନ କରିବ। ଏଥିରେ କିଲୋମିଟର ପିଛା ପରିଚାଳନା ଖର୍ଚ୍ଚ ୫୯ ପଇସା ରହିବ। ଏହାର ପେଲୋଡ୍‌ କ୍ଷମତା ହେଉଛି ୩୧୦ କେଜି। ଏଥିରେ ୮୦ କିମି ଯାତ୍ରା କରିହେବ। ଘଣ୍ଟା ପିଛା ଶ୍ରେଷ୍ଠ ବେଗ ହେଉଛି ୨୫ କିମି। ଏହା ସହିତ ଏକ ଅଫ୍‌ବୋର୍ଡ ଚାର୍ଜର ମଧ୍ୟ ଦିଆଯାଉଛି ଯେଉଁଥିରେ ଗାଡ଼ିକୁ ଚାର୍ଜ କରିବା ମୋବାଇଲ୍‌ ଫୋନ୍ ଭଳି ସହଜ ହୋଇପାରିଛି।

ସମ୍ବନ୍ଧିତ ଖବର